ଜଳିଲା ରାବଣ ଫେରିଲା ଲାଠି । ପୁନରାବୃତ୍ତି ହେଲା ରାଜ ଶାସନର ପରମ୍ପରା । ମିଳିଲା ଲାଠିଧାରୀଙ୍କୁ ସମ୍ମାନ, ଏକତ୍ରିତ ହେଲେ କୋରାପୁଟର ସମସ୍ତ ଦେବୀ ପୀଠର ଲାଠି
କନକ ବ୍ୟୁରୋ: ଜଳିଲା ରାବଣ ଫେରିଲା ଲାଠି । ସରିଲା ଐତିହାସିକ ଦଶହରା ପର୍ବ । ଯାତ୍ରା ସହ ଯୋଡ଼ି ହେଲେ ରାଜପରିବାର । ପୁନରାବୃତି ହେଲା ରାଜ ଶାସନର ପରମ୍ପରା । ମିଳିଲା ଲାଠିଧାରୀଙ୍କୁ ସମ୍ମାନ, ଏକତ୍ରୀତ ହେଲେ କୋରାପୁଟ ଜିଲ୍ଳାର ସମସ୍ତ ଦେବୀ ପୀଠର ଲାଠି ।
Kanak News is now on WhatsApp
Join and get latest news updates delivered to you via WhatsApp
ରାବଣ ଦହନ ସହ ସରିଲା ଜୟପୁର ଦଶହରା । ରାଜ୍ୟର ସମସ୍ତ ଦଶହରା ଠାରୁ ଜୟପୁର ଦଶହରା ସମ୍ପୁର୍ଣ୍ଣ ଅଲଗା । ମହୀଶୁର ସହ ତୁଳନା କରାଯାଉଥିବା ଜୟପୁର ଦଶହରା ରାଜାଙ୍କ ଶାସନ କାଳରୁ ଭିନ୍ନ ଢଙ୍ଗରେ କରାଯାଉଛିି । ୧୦ ଦିନ ଧରି ଚାଲୁଥିବା ଏହି ଦଶହରାରେ ମୁଖ୍ୟତଃ ଦେବୀଙ୍କ ମୃଣମୟୀ ମୁର୍ତି ଅପେକ୍ଷା ବିଭିନ୍ନ ଦେବୀଙ୍କ ପୀଠରୁ ଆସିଥିବା ଲାଠିକୁ ଅଧିକ ଗୁରୁତ୍ୱ ଦିଆଯାଏ । ଏ ବର୍ଷ ଦଶହରା ପଡିଆରେ ଜିଲ୍ଳାର ବିଭିନ୍ନ ଦେବୀ ପିଠାରୁ ଆସିଥିବା ଦେବୀଙ୍କ ପ୍ରତିମା ସ୍ୱରୁପ ୨୫୦ରୁ ଅଧିକ ଲାଠିଙ୍କୁ ପୂଜା କରାଯାଇଛି ।
ବିଜୟାଦଶମୀ ଦିନ ରାଜାଙ୍କ ଦ୍ୱାରା ପୂଜା ପାଉଥିବା ମାଆ କନକ ଦୁର୍ଗାଙ୍କ ଲାଠି ବାହାରିବା ପରେ ଜୟପୁର ସହରର ବିଭିନ୍ନ ଦେବୀ ପିଠାରୁ ମାଆ କାଳି, ବସନ୍ତାୟୀ, ମାଆ ଭଗବତୀଙ୍କ ଲାଠି ରାତ୍ର ୧୨ଟା ସମୟରେ ବାଜବାଜଣା ସହିତ ସହର ପରିକ୍ରମା କରି ଜୟପୁର ଷ୍ଟାଡ଼ିୟମ ପଡ଼ିଆରେ ପହଂଚନ୍ତି । ଏହାପରେ ଅପରାଜିତା ପୁଜା ପରେ ସବୁ ଲାଠି ପୁଣି ଦେବୀ ପୀଠକୁ ଫେରିଯିବାର ପରମ୍ପରା ରହିଛି । ଏହି ପରମ୍ପରା ରାଜା ରାଜୁଡା ଅମଳରୁ ଚାଲି ଆସୁଛି ।
ଚଳିତ ବର୍ଷ ସମସ୍ତ ଲାଠି, କୋରାପୁଟ ଜିଲ୍ଳାର ନାରାୟଣପାଟଣା, ବନ୍ଧୁଗାଁ, ଉମରକୋଟ, ନନ୍ଦପୁରର ବିଭିନ୍ନ ଦେବୀ ପୀଠରୁ ଆସିଥିଲା । ଦଶହରା ପଡ଼ିଆରେ ସମସ୍ତ ଲାଠିଧାରୀଙ୍କୁ ପୂଜା କମିଟି ପକ୍ଷରୁ ସମ୍ମାନିତ କରାଯିବା ପରେ ସହର ପରିକ୍ରମା କରିଥାନ୍ତି ।