ସକାଳୁ ଘୋଟିଆସିଲା କଳାହାଣ୍ଡିଆ ମେଘ । ଅନେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା । ସକାଳେ ସୃଷ୍ଟି ହେଲା ରାତିର ଭ୍ରମ ।

1,467

କନକ ବ୍ୟୁରୋ: ହଠାତ୍ ବଦଳିଗଲା ପାଗ । ସକାଳୁ ସକାଳୁ ମାଡି ଆସିଲା କଳାହାଣ୍ଡିଆ ମେଘ । ସକାଳ ୭ଟା ହେବା ବେଳକୁ ଲାଗୁଥିଲା ଯେମିତି ରାତି ହୋଇଛି । ଅନେକ ସ୍ଥାନରେ ପ୍ରବଳ ବର୍ଷା ସହ ପବନ ଓ ବିଜୁଳି ଘଡ଼ଘଡ଼ି ।

ଏହା ଭିତରେ ବାଲେଶ୍ୱର ଜାନୁଗଞ୍ଜ ନୋଡାଲ ସ୍କୁଲରେ ଚାଲିଥିଲା ପରୀକ୍ଷା । କଳାହାଣ୍ଡିଆ ମେଘ, ପବନ ଓ ବିଜୁଳି ଘଡଘଡ଼ି ଭୟ ଭିତରେ ପିଲା ପରୀକ୍ଷା ଦେଇଥିଲେ । ପରୀକ୍ଷା ଦେବା ସମୟରେ ଶ୍ରେଣୀଗୃହ ସମ୍ପୂର୍ଣ୍ଣ ଅନ୍ଧାର ହୋଇଯାଇଥିଲା । ପିଲାମାନେ ଭୟଭୀତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା ।