କେନ୍ଦୁଝରରେ ଟ୍ରକ ମାଲିକ ସଂଘର ୨୪ଘଣ୍ଟିିଆ ବନ୍ଦ ଡାକରା । ଟ୍ରେନ୍ ସହ ଅନ୍ୟ ଯାନବାହାନ ଚଳାଚଳ ସବୁ ବନ୍ଦ । ଶୁଆକାଟିରୁ ଗୁହାଲଡ଼ିହି ଯାଏଁ ରେଳପ୍ରକଳ୍ପକୁ ବିରୋଧ ।

94

କନକ ବ୍ୟୁରୋ: ଆଜି କେନ୍ଦୁଝରରେ ଅଖ, ଚକ ବନ୍ଦ । ଓଏମସି ଶୁଆକାଟିରୁ ଗୁହାଲଡିହି ଯାଏଁ ରେଳ ପ୍ରକଳ୍ପକୁ ବିରୋଧ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ଟ୍ରକ୍ ମାଲିକ ସଂଘ । ପ୍ରଭାବରେ କେନ୍ଦୁଝରଗଡ ଷ୍ଟେସନରେ କେନ୍ଦୁଝରଗଡ-ଖୋର୍ଦ୍ଧାରୋଡ ପାସେଞ୍ଜର ଟ୍ରେନ୍ ଚଳାଚଳ ବନ୍ଦ ରହିଛି । ସେହିପରି ସହର ଗାନ୍ଧିଛକରେ ଯାନବାହନ ବନ୍ଦ କରାଯାଇଥିବା ବେଳେ ସହହର ଦୋକାନ ବଜାର ମଧ୍ୟ ବନ୍ଦ ରହିଛି ।