ଅଲିମ୍ପିକ୍ସରେ ଭାରତ ପାଇଲା ଦ୍ୱିତୀୟ ମେଡାଲ୍ । ବ୍ୟାଡମିଣ୍ଟନରେ ବ୍ରୋଞ୍ଜ ପଦକ ଜିତିଲେ ପିଭି ସିନ୍ଧୁ ।

223

କନକ ବ୍ୟୁରୋ : ଟୋକିଓରେ ଭାରତର ଟେକ ରଖିଲେ ପିଭି ସିନ୍ଧୁ । ଦେଶ ପାଇଁ ଆଣିଲେ ବ୍ରୋଞ୍ଜ ପଦକ । ଅଲିମ୍ପିକ୍ସରୁ ଆଜି ଭାରତ ପାଇଁ ଆସିଛି ଖୁସି ଖବର । ବ୍ୟାଡମିଣ୍ଟନରେ ସଟଲର ପିଭି ସିନ୍ଧୁ ଜିତିଲେ ବ୍ରୋଞ୍ଜ ପଦକ । ଆଜି ଖେଳାଯାଇଥିବା ଦମଦାର ଟକ୍କରରେ ସିନ୍ଧୁ ଚାଇନାର ବିଙ୍ଗ୍ ଜିଆଉଙ୍କୁ ଦୁଇଟି ସେଟରେ ପରାସ୍ତ କରି ଦେଶ ପାଇଁ ଆଣିଛନ୍ତି ମେଡାଲ । ୨୧-୧୩ ଏବଂ ୨୧-୧୫ ଦୁଇଟି ସେଟରେ ବିଜୟୀ ହୋଇଛନ୍ତି ପିଭି ସିନ୍ଧୁ ।

ତେବେ ଗତକାଲି ଖେଳାଯାଇଥିବା ମହିଳା ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମିଫାଇନାଲରେ ପରାଜିତ ହୋଇଥିଲେ ପିଭି ସିନ୍ଧୁ । ବିଶ୍ୱର ୧ ନମ୍ବର ବ୍ୟାଡମିଣ୍ଟନ ତାରକା ଚୀନର ତାଇ ଜୁ-ୟିଙ୍ଗଙ୍କ ଠାରୁ ପରାସ୍ତ ହୋଇଥିଲେ ସିନ୍ଧୁ ।

ଦମଦାର ସେମିଫାଇନାଲ୍ ଟକ୍କରରେ ପ୍ରଥମରୁ ଜବରଦସ୍ତ ପ୍ରଦର୍ଶନ କରିଥିଲେ ସିନ୍ଧୁ । ପ୍ରଥମ ସେଟରେ ଆଗୁଆ ୧୮ ପଏଣ୍ଟ ହାସଲ କରିଥିଲେ ମଧ୍ୟ ଶେଷରେ ଚମତ୍କାର ପ୍ରଦର୍ଶନ କରି ଜିତିନେଇଥିଲେ ଚୀନର ତାଇ ଜୁ-ୟିଙ୍ଗ । ୧୮-୨୧, ୧୧-୨୧ ଦୁଇଟି ସେଟରେ ପରାଜୟ ହୋଇଥିଲେ ସିନ୍ଧୁ ।