ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା : ରଥ ଖଳାରେ ଚାଲିଛି ତିନି ରଥର ନିର୍ମାଣ କାମ

15

ପୁରୀ ବ୍ୟୁରୋ, କନକ ନ୍ୟୁଜ୍ : ପାଖେଇ ଆସୁଛି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା । ହାତରେ ଆଉ ସମୟ କମ ଥିବାରୁ ରଥ ଖଳାରେ ଜୋରସୋରରେ ଚାଲିଛି ତିନି ରଥର ନିର୍ମାଣ କାମ । ବିଶ୍ୱକର୍ମା ସେବାୟତମାନେ ପ୍ରଥମ ଭୂଇଁ କାମ ନିର୍ମାଣରେ ଲାଗିପଡିଛନ୍ତି । ମହାରାଣା ସେବାୟତଙ୍କୁ ସହାୟତା କରୁଛନ୍ତି ଭୋଇ ସେବକ । ଜୁଲାଇ ୫ ତାରିଖରେ ଶ୍ରୀଜିଉଙ୍କ ଆଜ୍ଞାମାଳ ଆସିବା ପୂର୍ବରୁ ରଥକାମ ଶେଷ ହେବ ।