ପୁରୀରେ ଜମୁଛି ମେଗା ବିଚ୍ କାର୍ଣ୍ଣିଭାଲ ! ବେଳାଭୂମୀର ଉତ୍ସବଭରା ଦ୍ୱିତୀୟ ସଂଧ୍ୟାରେ ଜମିଛି ସାଂସ୍କୃତିକ ଆସର

31

କନକ ବ୍ୟୁରୋ: ପୁରୀରେ ଜମୁଛି ମେଗା ବିଚ୍ କାର୍ଣ୍ଣିଭାଲ । ବେଳାଭୂମୀର ଉତ୍ସବଭରା ଦ୍ୱିତୀୟ ସଂଧ୍ୟାରେ ଜମିଥିଲା ସାଂସ୍କୃତିକ ଆସର । ଯେବେ ପ୍ରେମ ହୁଏ ଗୀତରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ କଣ୍ଠଶିଳ୍ପୀ ସତ୍ୟଜିତ୍ ପ୍ରଧାନ । ଗୋଟିଏ ପରେ ଗୋଟିଏ ହିଟ୍ ଗୀତ ଦର୍ଶକଙ୍କୁ ଭେଟି ଦେଇଥିଲେ ସତ୍ୟଜିତ୍ । ଏହାପରେ କର୍ଣ୍ଣିଭାଲ ଗାର୍ଲଙ୍କ ନୃତ୍ୟ ବିଳମ୍ବିତ ରାତି ଯାଏଁ ଦର୍ଶକଙ୍କୁ ବେଳାଭୂମୀରେ ଏକାଠି କରି ରଖିଥିଲା  ।

ଉଲ୍ଲେଖ ଥାଉ କି, ଉଦଯାପିତ ହୋଇଛି କୋଣାର୍କ ନୃତ୍ୟ ସଂଗୀତ ମହୋତ୍ସବ । ଉଦଯାପନୀ ସଂଧ୍ୟାରେ ରାଜସ୍ଥାନୀ ଲୋକନୃତ୍ୟ, ଓଡିଶୀ ନୃତ୍ୟ ଓ କଥକ ନୃତ୍ୟ ପରିବେଷଣ କରିଥିଲେ ନୃତ୍ୟଶିଳ୍ପୀ । ଯାହା ଦେଶ ବିଦେଶର ପର୍ଯ୍ୟଟକଙ୍କୁ ବିଳମ୍ବିତ ରାତି ଯାଏଁ ବାନ୍ଧି ରଖିଥିଲା । ପରେ ଗୁରୁ ଲିଙ୍ଗରାଜ ସ୍ୱାଇଁ ଓ ସାଥୀମାନେ ପ୍ରସ୍ତୁତ କରିଥିଲେ ଓଡିଶୀ ନୃତ୍ୟ । ଏହି ଅବସରରେ ଭାରତ ନାଟ୍ୟମ୍ ନୃତ୍ୟଶିଳ୍ପୀ ଡଃ ଜାମାନୀ କ୍ରିଷ୍ଣାମୃର୍ତୀଙ୍କୁ ଗୁରୁ ଗଙ୍ଗାଧର ପ୍ରଧାନ ଜୀବନ ବ୍ୟାପୀ ସାଧନା ପୁରସ୍କାର ପ୍ରଦାନ କରାଯାଇଛି ।

ସେହିପରି ପୁରୀରେ ଆରମ୍ଭ ହୋଇଛି ମେଗା ବିଚ୍ କାର୍ଣ୍ଣିଭାଲ । ଓଲିଉଡ ଅଭିନେତ୍ରୀ ଅର୍ଚିତା ସାହୁ ଏଥିରେ ସାମିଲ ହୋଇଥିଲେ । ଏହାପରେ ସଂଧ୍ୟାରେ ଜମିଥିଲା ସାଂସ୍କୃତିକ ଆସର । ବନ୍ଦେ ମାତରମ୍ ସଂଗୀତ ଓ ନୃତ୍ୟରୁ ଆରମ୍ଭ ହୋଇଥିଲା ସଂଧ୍ୟାର କାର୍ଯ୍ୟକ୍ରମ । ଏହାପରେ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗର ଆଣ୍ଡ ଟ୍ରୁପଙ୍କ ସଂଗୀତ ସଂଧ୍ୟାରେ ଦର୍ଶକଙ୍କୁ ମତୁଆଲା କରିଥିଲା । କୋଣାର୍କ ଫେଷ୍ଟିଭାଲ ଓ ପୁରୀର ବିଚ୍ କାର୍ଣ୍ଣିଭାଲ ଫେଷ୍ଟିଭାଲରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ଦର୍ଶକ ମନଭରି ଉପଭୋଗ କରିବା ସହ ଖୁବ ମନୋରଂଜନ କରିଥିଲେ ।