ବଦଳିଲା ପାର୍ସଲବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତର ଠିକଣା ! ବଲାଙ୍ଗୀର ଜିଲ୍ଲା କାରାଗାରରେ ରହିବେ ପୁଞ୍ଜିଲାଲ

79

କନକ ବ୍ୟୁରୋ : ବଦଳିଲା ପାଟଣାଗଡ ପାର୍ସଲବୋମା ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲର ଠିକଣା । ପୁଞ୍ଜିଲାଲ ମେହେରକୁ ପାଟଣାଗଡ ସବ୍ଜେଲରୁ ଜିଲ୍ଲା କାରାଗାରକୁ ସ୍ଥାନାନ୍ତର କରାଯାଇଛି । ଆଜିଠୁ ବଲାଙ୍ଗୀର ଜିଲ୍ଲା କାରଗାରରେ ରହିବ ପୁଞ୍ଜିଲାଲ । ଜେଲରେ ପୁଞ୍ଜିଲାଲ ଗଣ୍ଡଗୋଳ କରିବା ପରେ ଏଭଳି ପଦକ୍ଷେପ ନିଆଯାଇଛି । ଗତ କିଛି ଦିନ ତଳେ ପୁଞ୍ଜିଲାଲ କିଛି କଏଦୀଙ୍କ ସହ ମିଶି ଜେଲରୁ ଖସି ଯିବା ପାଇଁ ଷଡଯନ୍ତ୍ର କରୁଥିଲା ।

୬ ଜଣ କଏଦୀଙ୍କ ସହ ମିଶି ସେ ଜେଲରୁ ଖସିବାକୁ ଉଦ୍ୟମ କରିଥିଲା । ଏହା ପରେ ପାଟଣାଗଡ ସବଜେଲରୁ ତାକୁ ବଲାଙ୍ଗୀର ଜେଲକୁ ସ୍ଥାନାନ୍ତର ପାଇଁ ପଦକ୍ଷେପ ନିଆଯାଇଥିଲା । ତେବେ କ୍ୟାମେରା ସାମନାରେ ପୁଂଜିଲାଲ ପାଲଟା, ଜେଲ କର୍ମଚାରୀଙ୍କ ଉପରେ ଅଭିଯୋଗ କରିଛି । ସେ କହିଛି, ତାଙ୍କ ବିରୋଧରେ କୌଣସି ପ୍ରମାଣ ନାହିଁ, ତାକୁ ଜାଣିଶୁଣି ଫସାଯାଉଛି ।