ହିମାଳୟର ରହସ୍ୟ ସ୍ଥାନ ! ଯେତେ ଦିନ ଜଣେ ସିଦ୍ଧପୁରୁଷ ଏହି ସ୍ଥାନରେ ରୁହେ ଅମରତ୍ୱର ବରଦାନ ପାଇ ରୁହେ ।

279

ହିମାଳୟ ଏଭଳି ଏକ ରହସ୍ୟମୟୀ ସ୍ଥାନ ଯେଉଁଠାରେ ଏବେ ମଧ୍ୟ ଅନେକ ରହସ୍ୟ କଏଦ୍ ହୋଇ ରହିଛି । ଆଜିର ବିଜ୍ଞାନ ଯୁଗରେ ମଧ୍ୟ ଏହି ସ୍ଥାନର ରହସ୍ୟକୁ ଉନ୍ମୋଚନ କରିବାକୁ କେହି ଭାବି ମଧ୍ୟ ପାରୁନାହାନ୍ତି । ତେବେ ଏହି ସବୁ ରହସ୍ୟ ମଧ୍ୟରୁ ଆଜି ଆମେ ଆପଣଙ୍କୁ ଏଭଳି ଏକ ସ୍ଥାନ ବିଷୟରେ କହିବାକୁ ଯାଉଛୁ । ଯାହାର ନାଁ ଜ୍ଞାନଗଞ୍ଜ ଯାହାକୁ ସଂଗ୍ରୀଲା ସମ୍ଭାଲା ଏବଂ ସିଦ୍ଧାଶ୍ରମ ନାମରେ ମଧ୍ୟ ଜଣାଯାଏ । ଜ୍ଞାନଗଞ୍ଜ ମଠ ହିମାଳୟର ଏକ ଛୋଟ ସ୍ଥାନ ଅଟେ । ଯାହା ତିବ୍ଦତରେ ମଧ୍ୟ ଖୁବ୍ ଚର୍ଚ୍ଚିତ ।

ଏହି ସ୍ଥାନ ବିଷୟରେ ଶୁଣିବାକୁ ମିଳେ ଯେ ଏଠାରେ ଅମର ହେବାର ରହସ୍ୟ ଲୁଚି ରହିଛି । ଏହା ଏକ ଏଭଳି ସ୍ଥାନ ଯାହା କେବଳ ସିଦ୍ଧ ପୁରୁଷଙ୍କୁ ହିଁ ସହଜରେ ମିଳିପାରିବ । ଏଠାରେ ରହୁଥିବା ସନ୍ନ୍ୟାସୀଙ୍କ ବୟସ ଯେପରି ଗୋଟିଏ ସ୍ଥାନରେ ଥମିଯାଇଛି । ଆଶ୍ଚର୍ଯ୍ୟର କଥା ହେଉଛି ନା ଏହା ଖୋଲା ଆଖିରେ ଦେଖାଯାଏ ନା ସାଟେଲାଇଟ୍ ଜରିଆରେ ଦେଖାଯାଏ । ଏହି ସ୍ଥାନ କୌଣସି ଖାସ୍ ଧର୍ମ ତଥା ସଂସ୍କୃତିକୁ କୁ ମଧ୍ୟ ଇଙ୍ଗିତ କରୁନାହିଁ । ବାଲ୍ମିକି ରାମାୟଣ ଏବଂ ମହାଭାରତରେ ଏହି ସ୍ଥାନର ନାଁ ରହିଛି ଯାହାକୁ ସିଦ୍ଧାସନ ବୋଲି ମଧ୍ୟ କୁହାଯାଏ ।