କଙ୍ଗାରୁ ଶିକାର ପାଇଁ ଭାରତୀୟ ଦଳ ଘୋଷଣା! ମଙ୍ଗ ଧରିବେ କୋହଲି, ନୂଆମୁହଁ ଭାବେ ମୟଙ୍କ ମାର୍କଣ୍ଡେୟଙ୍କୁ ଡାକରା । ଜାଣନ୍ତୁ ପୂରା ଟିମର ତାଲିକା

876

କନକ ବ୍ୟୁରୋ : ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ବିରାଟ କୋହଲିଙ୍କ ଅଧିନାୟକତ୍ୱରେ ପୁଣିଥରେ ପଡିଆକୁ ଓହ୍ଲାଇବା ଟିମ୍ ଇଣ୍ଡିଆ । ସେହିଭଳି ରୋହିତ ଶର୍ମାଙ୍କୁ ଦଳର ଉପଅଧିନାୟକ ଦାୟିତ୍ୱ ଦିଆଯାଇଛି । ପୂର୍ବରୁ ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ପରେ ରୋହିତଙ୍କୁ ବିଶ୍ରାମ ଦିଆଯିବ ବୋଲି ଚର୍ଚ୍ଚା ହେଉଥିଲା । ବଡ କଥା ହେଲା, ପୁଣିଥରେ ଦଳକୁ କମବ୍ୟାକ୍ କରିଛନ୍ତି କେଏଲ ରାହୁଲ ।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଗୋଟିଏ ଦଳ ଘୋଷଣା କରାଯାଇଥିବା ବେଳେ ଶେଷ ୩ଟି ଦିନିକିଆ ପାଇଁ ଭିନ୍ନ ଦଳ ଘୋଷଣା କରିଛନ୍ତି ଚୟନକର୍ତ୍ତା ।ପ୍ରଥମ ଦୁଇଟି ଦିନିକିଆ ପାଇଁ ଘୋଷିତ ଦଳରେ ସିର୍ଦ୍ଧାଥ କୌଲ ସ୍ଥାନ ପାଇଥିବା ବେଳେ ଶେଷ ୩ଟି ଦିନିକିଆ ପାଇଁ ତାଙ୍କୁ ଦଳରେ ସ୍ଥାନ ମିଳିନାହିଁ । ସେହିଭଳି ଦିନିକିଆ ସିରିଜକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ମହମ୍ମଦ ସାମି । ଏହାଛଡା ଅଷ୍ଟ୍ରେଲିଆ ଗସ୍ତରେ ଦିନିକିଆ ସିରିଜରେ ସ୍ଥାନ ପାଇନଥିବା ଋଷଭ ପନ୍ଥଙ୍କୁ ଘରୋଇ ମାଟିରେ ଭାରତୀୟ ଦଳରେ ସ୍ଥାନ ମିଳିଛି ।

ପ୍ରଥମ ଦୁଇଟି ଦିନିକିଆ ପାଇଁ ଭାରତୀୟ ଦଳ :

ସେହିଭଳି ଶେଷ ୩ଟି ଦିନିକିଆ ପାଇଁ ବିସିସିଆଇ ଯେଉଁ ଦଳ ଘୋଷଣା କରିଛି ସେଥିରେ ସିର୍ଦ୍ଧାଥ କୌଲଙ୍କ ବଦଳରେ ଭୁବନେଶ୍ୱର କୁମାରଙ୍କୁ ସାମିଲ କରାଯାଇଛି ।

ଶେଷ ୩ଟି ଦିନିକିଆ ପାଇଁ ଭାରତୀୟ ଦଳ :

ଅନ୍ୟପଟେ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ ପାଇଁ ମଧ୍ୟ ଭାରତୀୟ ଦଳ ଘୋଷଣା କରିଛି ବିସିସିଆଇ । ବିରାଟ କୋହଲିଙ୍କୁ ଅଧିନାୟକତ୍ୱରେ ୧୫ ଜଣିଆ ଦଳ ଘୋଷଣା କରିଛି ବିସିସିଆଇ । ଦଳରେ ନୂଆମୁହଁ ଭାବେ ମୟଙ୍କ ମାର୍କଣ୍ଡେୟଙ୍କୁ ସାମିଲ କରାଯାଇଛି । ଆଇପିଏଲରେ ପ୍ରଭାବ ପ୍ରଦର୍ଶନୀ କରି ବେଶ ଚର୍ଚ୍ଚା ସାଉଁଟିଥିଲେ ମୟଙ୍କ ।
ଟି-୨୦ ପାଇଁ ଭାରତୀୟ ଦଳ :