ଆଜି ମୋଦି ଜାରି କରିବେ ‘ମେ ନେହିଁ ହମ୍’ପୋର୍ଟାଲ୍ ! ଲୋକଙ୍କୁ ପ୍ରଧାନମନ୍ତ୍ରୀଙ୍କ ନିବେଦନ, ଆପ୍ ଜରିଆରେ ଦଳକୁ ଚାନ୍ଦା ଦିଅ

39

କନକ ବ୍ୟୁରୋ : ପ୍ରଧାନମମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ଆପ୍ ମାଧ୍ୟମରେ ଭାଜପାକୁ ୧୦୦୦ ଟଙ୍କା ଦାନ ଦେଇଛନ୍ତି । ଏହାସହ ଦଳକୁ ଚାନ୍ଦା ଦେବା ପାଇଁ ଅପିଲ କରିଥିଲେ । ଆପ୍ ମାଧ୍ୟମରେ ପାର୍ଟିକୁ ଚାନ୍ଦା ଦେଇ ସାର୍ବଜନୀକ ଜୀବନରେ ପାରଦର୍ଶିତା ବାର୍ତ୍ତା ପ୍ରଚାର କରିବାକୁ ନିବେଦନ କରିଛନ୍ତି ମୋଦି । ତେବେ ଏନେଇ ପ୍ରଧାନମନ୍ତ୍ରୀ ଆଜି ମେଁ ନେହିଁ ହମ୍ ପୋର୍ଟାଲ ଆପ୍ ଜାରି କରିବେ ।

source : Nayidunia

ଏହି ପୋର୍ଟାଲ ଆଇଟି କ୍ଷେତ୍ରରେ ଯୋଡ଼ି ହୋଇଥିବା ଉଦ୍ୟୋଗୀ ଓ ସଂଗଠନକୁ ସାମାଜିକ ଓ ସମାଜ ସେବା ଆଦିକୁ ଗୋଟିଏ ମଂଚକୁ ଆଣିବ । ଏହି ପୋର୍ଟାଲ ମାଧ୍ୟମରେ ସମାଜ ସେବୀ ଓ ଉଦ୍ୟୋଗୀଙ୍କୁ ପରସ୍ପର ସହେଯାଗ ପାଇଁ ନିବେଦନ କରାଯିବ । ମୋଦି ଚାନ୍ଦା ଲାଗି ନିଜର ୱେବସାଇଟରେ ଏକ ଲିଙ୍କ ମଧ୍ୟ ପୋଷ୍ଟ କରିଛନ୍ତି ।

ପୋର୍ଟାଲ ଜରିଆରେ ସାମଜ ପାଇଁ କମା କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କୁ ମଧ୍ୟ ଉତ୍ସାହିତ କରିବ । ପ୍ରଧାନମନ୍ତ୍ରୀ ପୋର୍ଟାଲ ଜାରି କରିବା ଅବସରରେ ଉଦ୍ୟୋଗପତିଙ୍କୁ ସାକ୍ଷାତ କରିବା ସହ ସମ୍ବୋଧିତ କରିବେ । ଏହି ଅବସରରେ ସାରା ଦେଶରେ ୧୦୦ରୁ ଅଧିକ ସ୍ଥାନରେ ଆଇଟି ଓ ଇଲେକ୍ଟ୍ରୋନିକ୍ସ କମ୍ପାନୀ କର୍ମଚାରୀଙ୍କୁ ସମ୍ବୋନ୍ଧିତ କରିବେ ।