ପ୍ରବଳ ବର୍ଷା ନେଇ ସବୁ ଜିଲ୍ଲାକୁ ସତର୍କ ରହିବାକୁ ଏସଆରସିଙ୍କ ନିର୍ଦ୍ଦେଶ । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବାରୁ ଏସଆରସି ବିଷ୍ଣୁପଦ ସେଠୀ ଆଗୁଆ ସତର୍କ ରହିବା ପାଇଁ ଚିଠିଦ୍ୱାରା ଜଣାଇଛନ୍ତି । ସବୁ ଅଫିସରକୁ ଜିଲ୍ଲା ମୁଖ୍ୟାଳୟରେ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ସମସ୍ତ ଜରୁରୀକାଳୀନ ବିଭାଗକୁ ସଜାଗ ରହିବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି । ବର୍ତମାନ ବନ୍ୟା ପରିସ୍ଥିତି ଆସିନାହିଁ । ନଦୀର ଜଳସ୍ତର ବିପଦ ସଂକେତ ତଳେ ଅଛି । ସବୁ କଂଟ୍ରୋଲ ରୁମ ସହ ସମନ୍ୱ୍ରୟ ରଖାଯାଇଥିବା ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓ ଘୂର୍ଣ୍ଣିଝଡ଼ ପ୍ରଭାବରେ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ସରକାର ସମସ୍ତ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ପ୍ରାକୃତିକ ବିପର୍ୟ୍ୟୟ ପୂର୍ବରୁ କିଭଳି ରାଜ୍ୟବାସୀ ସତର୍କ ରହିପାରିବେ ସେ ନେଇ ଆଲୋଚନା ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଏସଆରସି ପକ୍ଷରୁ ୨୦ରୁ ୨୨ତାରିଖ ପର୍ୟ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଓ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଥିବାରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସମ୍ଭାବ୍ୟ ବନ୍ୟା ଓ ଜଳବନ୍ଦୀ ପରିସ୍ଥିତିର ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯିବା ସହ ଜରୁରୀ ସ୍ଥିତିର ମୁକାବିଲା ନିମନ୍ତେ କର୍ମଚାରୀମାନଙ୍କୁ ସେମାନଙ୍କର ମୁଖ୍ୟାଳୟରେ ଉପସ୍ଥିତ ରହିବାକୁ କୁହାଯାଇଛି। ଯଦି କୌଣସି ପ୍ରତିକୂଳ ପରିସ୍ଥିତି ଉପୁଜିଲେ ସଙ୍ଗେ ସଙ୍ଗେ ସ୍ୱତନ୍ତ୍ର ରିଲିଫ୍ କମିଶନର କାର୍ୟ୍ୟାଳୟକୁ ଅବଗତ କରିବାକୁ କୁହାଯାଇଛି। ସେହିପରି ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ର ମଧ୍ୟକୁ ନଯିବା ପାଇଁ କଡାକଡି ନିର୍ଦେଶ ଦିଆଯାଇଛି ।