ସିବିଆଇ ରିମାଣ୍ଡରେ ପ୍ରଭାତ ବିଶ୍ୱାଳ ! ଆଜି ବି ହେବ ମାରାଥନ ଜେରା

51

କନକ ବ୍ୟୁରୋ : ସିବିଆଇ ଅଫିସରେ ପ୍ରଥମ ରାତି । ସି ସୋର ଚିଟଫଣ୍ଡ ମାମଲାରେ ଗିରଫ ହେବା ପରେ ବିଧାୟକ ପ୍ରଭାତକ ବିଶ୍ୱାଙ୍କ ପ୍ରଥମ ରାତି କଟିଛି ସିବିଆଇ ଅଫିସରେ । ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ରିମାଣ୍ଡରେ ନେଇ ଆଜିଠାରୁ ଜେରା କରିବ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ । ବିଶେଷ କରି ପତ୍ନୀଙ୍କ ଆକାଉଂଟକୁ ସିସୋର ଆକାଉଂଟରୁ ଆସିଥିବା ଟଙ୍କା ନେଇ ଖୋଳତାଡ କରିବ ସିବିଆଇ । ସିସୋର ଚିଟଫଣ୍ଡ ଠକେଇ ମାମଲାରେ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ସିବିଆଇ ସ୍କାନରରେ ଥିଲେ । ଗିରଫ ପରେ ମାରାଥାନ ଜେରା କରି କୋର୍ଟ ଚାଲାଣ କରିଥିଲା ସିବିଆଇ । ସୋମବାର ରାତିରେ ପଚରାଉଚରା ପାଇଁ ଡାକି ନେବା ପରେ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିଥିଲା ସିବିଆଇ ।

ସିସୋର ସହ ଲିଙ୍କ ନେଇ ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ଗିରଫ କରିବା ପରେ ପ୍ରେସ ରିଲିଜ୍ ଜାରି କରିଛି ସିବିଆଇ । ଯେଉଁଥିରେ ତଦନ୍ତକାରୀ ସଂସ୍ଥା ଏକ ଚାଂଚଲ୍ୟକର ତଥ୍ୟ ଦେଇଛି । କଟକ ତଥା ଏହାର ଆଖପାଖ ଅଂଚଳରେ ସିସୋର ଗ୍ରୁପ ଅଫ୍ କମ୍ପାନୀଜ କିଭଳି ସୁରୁଖୁରୁରେ ତାର ବ୍ୟବସାୟ କରିପାରିବ ସେଥିରେ ସହାୟତା କରିଥିଲେ ବିଧାୟକ ପ୍ରଭାତ ବିଶ୍ୱାଳ । ଆଉ ଏଥିପାଇଁ ବିଧାୟକଙ୍କ ପତ୍ନୀଙ୍କ ଆକାଉଂଟକୁ ବିପୁଳ ପରିମାଣର ଟଙ୍କା ଆସିଥିଲା । ତେବେ ଏଟଙ୍କା କିଏ ଦେଇଛି , ସିବିଆଇ ତାର ପ୍ରେସ ରିଲିଜରେ ତାର ନାଁ ସ୍ପଷ୍ଟ କରିନି ।

ସେପଟେ ସିବିଆଇର ଅଭିଯୋଗକୁ ଖଣ୍ଡନ କରିଛନ୍ତି ବିଧାୟକଙ୍କ ପତ୍ନୀ ଲଷ୍ମୀବିଳାସିନୀ ବିଶ୍ୱାଳ । କହିଛନ୍ତି, ତାଙ୍କ ଆକାଉଂଟକୁ ସିସୋର ଆକାଉଂଟରୁ ମାତ୍ର ଦୁଇଥର ଟଙ୍କା ଆସିଛି । ଥରେ ୧୫ ଲକ୍ଷ ଏବଂ ଆଉ ଥରେ ୧୦ ଲକ୍ଷ ଟଙ୍କା । ଏହାବାଦ୍ ତାଙ୍କ ଆକାଉଂଟକୁ ଟଙ୍କା ଆସିନି । ସିବିଆଇକୁ ଚ୍ୟାଲେଂଜ କରି ଲଷ୍ମୀବିଳାସୀନି କହିଛନ୍ତି ଯଦି ସନ୍ଦେହ ରହିଛି ତେବେ ତାଙ୍କ ଆକାଉଂଟ ଯାଂଚ କରାଯାଉ ।

ଚିଟଫଣ୍ଡ ମାମଲାରେ ସକ୍ରିୟ ହୋଇଛି ସିବିଆଇା ଆଲୋଚନା ହେଉଛି ପ୍ରଭାତଙ୍କ ପରେ କିଛି ରାଜନେତା ଓ ବଡ ବଡ ଅଫିସରଙ୍କୁ ଧରିପାରେ ସିବିଆଇ । ଏଥି ମଧ୍ୟରେ ଶାସକ ଦଳର କିଛି ନେତା ଥିବା ଚର୍ଚ୍ଚା ହେଉଛି । ତେବେ କିଏ ଗିରଫ ହେବେ ସେ ନେଇ ସିବିଆଇ ମୁହଁଖୋଲୁନାହିଁ । ଦିଲ୍ଲୀରୁ କିଛି ବଡ ସିବିଆଇ ଅଫିସର ଭୁନେଶ୍ୱରରରେ ଆସି ଅଛନ୍ତି । ତେବେ ପୂଜା ପୂର୍ବରୁ ଏହି ଅପରେସନ ଆରମ୍ଭ ହେବ ନା ଏବେ ଆରମ୍ଭ ହେବ ସେ ନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।