ବିଶ୍ୱର ସବୁଠାରୁ ଉଚ୍ଚତାରେ ଥିବା ଡାକଘର !

32

ବିଶ୍ୱରେ ସବୁଠାରୁ ଅଧିକ ଉଚ୍ଚତାରେ ଥିବା, ଡାକଘରଟି ହିମାଚଳ ପ୍ରଦେଶ ଅନ୍ତର୍ଗତ ଲାହୁଲ-ସ୍ପୀତି ଜିଲ୍ଲାର ହିକିମରେ ଅବସ୍ଥିତ । ହିକିମର ଅବସ୍ଥିତି ସମୁଦ୍ର ପତ୍ତନଠାରୁ ୧୪,୫୬୭ ଫୁଟ୍‌ ଉପରେ । ୧୯୮୩ ନଭେମ୍ବର୍‌ରେ ଡାକଘରଟି ଖୋଲିଥିଲା । ସ୍ଥାନୀୟ ଯୁବକ ଛେରିଙ୍ଗ୍‌ ପ୍ରଥମ ଡାକବାବୁ ଭାବେ ନିଯୁକ୍ତି ପାଇଥିଲେ । ଆବେଦନ କରିଥିଲେ, ତାଙ୍କ ସହ ଆଉ ଦୁଇ ଜଣ କର୍ମଚାରୀ ମଧ୍ୟ ନିଯୁକ୍ତ ହୋଇଥିଲେ ।

ଛେରିଙ୍ଗ୍‌ ସପ୍ତମ ଶ୍ରେଣୀ ଯାଏ ପଢ଼ିଥିବାରୁ, ତାଙ୍କୁ ନିଯୁକ୍ତି ମିଳିଥିଲା । ଅନ୍ୟ ଦୁଇ ଜଣ ପଞ୍ଚମ ଓ ଷଷ୍ଠରେ ପାଠ ଛାଡ଼ିଥିଲେ । ଡାକଘରଟି ସେବେଠାରୁ, ଛେରିଙ୍ଗଙ୍କ ଘରେ ଚାଲିଛି ଏବଂ ସେ ହିଁ ଡାକବାବୁ ଦାୟିତ୍ୱ ତୁଲାଉଛନ୍ତି । ଡାକଘର ବାବଦକୁ ୧୯୮୩ରେ ଭଡ଼ା ମିଳୁଥିଲା ଚାଳିଶ ଟଙ୍କା, ଆଉ ଏବେ ଦୁଇ ଶହ । ଶୀତଦିନିଆ ଦୈନିକ କାରବାର ପଚାଶ ଟଙ୍କା ଭିତରେ ସୀମିତ ।

ମେ-ଅକ୍‌ଟୋବର୍‌ ଭିତରେ ଏହା ଦୁଇ ହଜାର ଟପିଯାଏ । କାରଣ, ଏହି ସମୟରେ ପର୍ୟ୍ୟଟକଙ୍କ ଆଗମନ ହୁଏ । ବିଶ୍ୱର ସବୁଠାରୁ ଉଚ୍ଚରେ ଥିବା ଡାକଘରୁ ‘ସ୍ମୃତି ସ୍ମାରକ’ ଭାବେ ପତ୍ର ପଠାଇବା ପାଇଁ ପର୍ଯ୍ୟଟକମାନେ ଇଚ୍ଛା କରନ୍ତି । ତେଣୁ, କାରବାର ବଢ଼େ। ଦିନେ ଦିନେ ତିନି ଶହରୁ ଅଧିକ ପୋଷ୍ଟ୍‍ କାଡ୍‌ର୍ ବିଭିନ୍ନ ସ୍ଥାନକୁ ପଠାଯାଏ । ଡାକଘରର ଠିକଣା: ‘ହିକିମ-୧୭୨୧୧୪’।