ଅନୁଗୁଳ: ସିଆରପିଏଫ୍ କ୍ୟାମ୍ପରେ ବନ୍ଧୁକରୁ ଗୁଳିଫୁଟି ଯବାନ ମୃତ

20

କନକ ବ୍ୟୁରୋ: ଅନୁଗୁଳ ଜିଲ୍ଲା ଛେଳିଆପଡ଼ା ଗାଁରେ ଥିବା ସିଆରପିଏଫ୍ କ୍ୟାମ୍ପରେ ଅଘଟଣ । ବନ୍ଧୁକରୁ ଗୁଳିଫୁଟି ଜଣେ ଯବାନ ପ୍ରାଣ ହରାଇଛନ୍ତି । ଛାତିରେ ଗୁଳିବାଜିବାରୁ ତାଙ୍କର ମୃତ୍ୟୁ ହୋଇଛି । ମୃତ ଯବାନ ହେଲେ ମିହିର ଦାସ(୩୫ ବର୍ଷ) । ଏକେ୪୭ ରାଇଫଲରୁ ଗୁଳି ଫୁଟିଛି । ତେବେ ପାରିବାରିକ କଳହରୁ ସେ ନିଜ ବନ୍ଧୁକରୁ ଗୁଳି ମାରିଥିବା ଜଣାଯାଇଛି । ମୃତ ଶ୍ରୀ ଦାସଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି । ୨୦୧୬ ମସିହାରେ ମଧ୍ୟ ଏଠାରେ ଏଭଳି ଘଟଣା ଘଟିଥିଲା ।