ସୁରତ ଓ ଅହମ୍ମଦାବାଦ ସମେତ ୫ଟି ଟ୍ରେନରେ ଫେରୁଛନ୍ତି ପ୍ରବାସୀ ଓଡିଆ । କଂଗ୍ରେସ କହିଲା, ଟିକେଟ ଦେବାକୁ ପ୍ରସ୍ତୁତ, ଶୁଣୁ ନାହାନ୍ତି ସରକାର । ବିଜେପିର ସମାଲୋଚନା, ରାଜନୀତି ନକରିବାକୁ ବିଜେଡିର ପରାମର୍ଶ ।

552

କନକ ବ୍ୟୁରୋ: ଜୟ ଜଗନ୍ନାଥ, ଜୟ ଓଡ଼ିଶା । ଏହି ନାରା ଭିତରେ ସ୍ପଷ୍ଟ ବାରି ହେଉଥିଲା ନିଜ ରାଜ୍ୟକୁ ଫେରିବାର ଉତ୍ସାହ । ସୁରତରୁ ଓଡ଼ିଶା ଅଭିମୁଖେ ଯେତେବେଳେ ସ୍ପେଶାଲ ଟ୍ରେନ୍ ବାହାରିଥିଲା, ସେତେବେଳେ ସାମ୍ନାକୁ ଆସିଥିଲା କିଛି ଏଭଳି ଚିତ୍ର । ସୁପ୍ରିମକୋର୍ଟଙ୍କ ସବୁଜ ସଙ୍କେତ ପରେ ପ୍ରବାସୀ ଓଡ଼ିଆଙ୍କ ଘର ବାହୁଡ଼ା ପ୍ରକ୍ରିୟା ପୁଣି ଥରେ ଆରମ୍ଭ ହୋଇଛି । ସକାଳେ ସୁରତରୁ ଏବଂ ଅପରାହ୍ନରେ ଅହମ୍ମଦାବାଦରୁ ଗୋଟିଏ ଲେଖାଏଁ ଟ୍ରେନ୍ ବାହାରିଛି । ସେହିପରି ତାମିଲନାଡୁ, ଆନ୍ଧ୍ରପ୍ରଦେଶ ଏବଂ ମହାରାଷ୍ଟ୍ରରୁ ପ୍ରବାସୀ ଶ୍ରମିକ ଓଡ଼ିଶା ଫେରିିବେ ବୋଲି ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ।

ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଫେରାଇ ଆଣିବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ପିସିସି ସଭାପତି । ସେ କହିଛନ୍ତି, ବିରୋଧୀ ଦଳଙ୍କୁ ବିଶ୍ୱାସକୁ ନେଉ ନାହାଁନ୍ତି ସରକାର । ଏମିତି କି ବିରୋଧୀ ଦଳ ସହ ଆଲୋଚାନା କରିବାକୁ ମଧ୍ୟ ଉଚିତ ମଣୁ ନାହାଁନ୍ତି । କେତେ ଶ୍ରମିକ ଆସିବେ, କେମିତି ଆସିବେ ସେ ସଂପର୍କରେ ତଥ୍ୟ ଦେଲେ ଟିକେଟ୍ ଖର୍ଚ୍ଚ, କଂଗ୍ରେସ ବହନ କରିବ ବୋଲି କହିଛନ୍ତି ନିରଞ୍ଜନ । ହେଲେ ଏଯାଏଁ କାହିଁକି ଶ୍ରମିକଙ୍କ ଟିକେଟ ଖର୍ଚ୍ଚ କଂଗ୍ରେସ ଦେଇନାହିଁ ବୋଲି ବିଜେପି ପ୍ରଶ୍ନ କରିଥିବାବେଳେ, ବିଜେଡି ଏହାକୁ ନେଇ ରାଜନୀତି କରାନଯାଉ ବୋଲି କହିଛି ।

ରାଜନୀତିର ଏହି ବୟାନବାଜି ଭିତରେ ସରକାରଙ୍କ ପାଇଁ ରହିଛି ଦୁଇଟି ବଡ ଚ୍ୟାଲେଞ୍ଜ । ପ୍ରବାସୀ ଶ୍ରମିକଙ୍କୁ ଓଡ଼ିଶା ଫେରି ଆଣିବା ସହ ସୁରକ୍ଷିତ ଭାବେ କ୍ୱାରେନ୍ଟିନ୍ କେନ୍ଦ୍ରରେ ରଖିବା । ଏବଂ ଫେରନ୍ତା ଶ୍ରମିକଙ୍କୁ ନେଇ ହେଉଥିବା ଅସନ୍ତୋଷକୁ କମାଇବା ।