ଭଦ୍ରକରେ ଏନକାଉଣ୍ଟର: ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ଏନକାଉଣ୍ଟର କଲା ପୋଲିସ 

200

କନକ ବ୍ୟୁରୋ: ଦୁର୍ଦ୍ଦାନ୍ତ ଅପରାଧୀ ବାପି ପାଣିକୁ ପୁଲିସ ଆଜି ଗ୍ରାମାଞ୍ଚଳ ଥାନା ଜଳଙ୍ଗା ନିକଟରେ ଏନକାଉଣ୍ଟର କରିଛି। ପୁଲିସର ଏହି ଏନକାଉଣ୍ଟରରେ ବାପିର ଗୋଡରେ ୨ଟି ଗୁଳି ବାଜିଛି । ଏଥିରେ ବାପି ଆହତ ହୋଇଥିବାରୁ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନା ଅନୁସାରେ ବାପି ଡକାୟତି ପାଇଁ ଉଦ୍ୟମ କରୁଥିବା ବେଳେ ପୁଲିସକୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ସଦଳବଳେ ବାପିକୁ ଗିରଫ କରିବା ପାଇଁ ଘଟଣାସ୍ଥଳକୁ ପହଞ୍ଚି ଥିଲା। କିନ୍ତୁ ଏହି ସମୟରେ ପୁଲିସ ଦେଖି ସେ ବ୍ୟସ୍ତ ହୋଇପଡ଼ିଥିଲା। ସେ ପୁଲିସ ଉପରକୁ ଗୁଳି ଚଳାଇ ଫେରାର ଉଦ୍ୟମ କରିଥିଲା। କିନ୍ତୁ ପୁଲିସ ମୁହଁରୁ ଖସି ପାରି ନଥିଲା।

ପୁଲିସ ଏନ୍‌କାଉଣ୍ଟରରେ ଅପରାଧୀ ବାପିର ଗୋଡରେ ୨ଟି ଗୁଳି ବାଜିଥିଲା। ବାପିକୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ବାପିର ଅନ୍ୟ ଏକ ସହଯୋଗୀକୁ ପୁଲିସ ଥାନାରେ ଅଟକ ରଖିଛି। ପୁଲିସ ଘଟଣାସ୍ଥଳରୁ ମାରଣାସ୍ତ୍ର ଜବତ କରିଥିବା ଜଣାଯାଇଛି।