ଦୁଇ ଓଡିଆଙ୍କୁ ଅର୍ଜୁନ ଆୱାର୍ଡ । ରାଷ୍ଟ୍ରପତି ଭବନରେ ସମ୍ମାନିତ ହେଲେ ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା 

125

କନକ ବ୍ୟୁରୋ: ଦୁଇ ଓଡିଆ ପାଇଲେ ଅର୍ଜୁନ ପୁରସ୍କାର । ଶନିବାର ରାଷ୍ଟ୍ରପତି ଭବନରେ ଦୁଇ ଓଡିଆ ହକି ଖେଳାଳିଙ୍କୁ ସମ୍ମାନଜକନ ଅର୍ଜୁନ ଆୱାର୍ଡରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ହକି ଖେଳାଳି ଅମିତ ରୋହିଦାସ ଓ ବୀରେନ୍ଦ୍ର ଲାକ୍ରାଙ୍କୁ ରାଷ୍ଟ୍ରପତି ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ।

ଏହି ଦୁଇ ଖେଳାଳି ଭାରତୀୟ ହକି ଦଳର ସଦସ୍ୟ । ନିକଟରେ ଭାରତୀୟ ହକି ଦଳ ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିବା ସହିତ ବ୍ରୋଞ୍ଜ ପଦକ ହାସଲ କରିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଦୁଇ ଓଡିଆ ଖେଳାଳିଙ୍କ ଯୋଗଦାନ ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ଯେଉଁ କାରଣରୁ ଆଜି ସେମାନଙ୍କୁ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି । ତା ସହିତ ଓଡିଆ ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତଙ୍କୁ ମଧ୍ୟ ସମ୍ମାନଜନକ ମେଜର ଧ୍ୟାନଚାନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ତା ସହିତ ଅରପିନ୍ଦର ସିଂହ, ସିମରନଜିତ୍ କୌର, ଶିଖର ଧାୱନ, ସନ୍ଦୀପ ନରୱାଲ, ମନଦୀପ ସିଂହ ଓ ଭାବିନା ପଟେଲଙ୍କ ଭଳି ମୋଟ ୩୪ ଜଣ ଖେଳାଳିଙ୍କୁ ଅର୍ଜୁନ ଓ ୧୨ ଜଣ ଖେଳାଳିଙ୍କୁ ସମ୍ମାନଜନକ ଖେଳରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ।