ବାଂଲାଦେଶରେ ଦୁର୍ଗା ମଣ୍ଡପ ଭାଙ୍ଗିବା ସହ ୩ ଜଣଙ୍କୁ ହତ୍ୟା ମାମଲା, ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ଭାରତକୁ ଦେଲେ ଏମିତି ପରାମର୍ଶ

432

କନକ ବ୍ୟୁରୋ : ବୁଧବାର ଦିନ ବାଂଲାଦେଶର କୋମିଲ୍ଲା ଜିଲ୍ଲାରେ ଦୁର୍ଗାପୂଜା ସମାରୋହକୁ ବେଳେ ପ୍ୟାଣ୍ଡେଲରେ ଭଙ୍ଗାରୁଜା ଓ ହିନ୍ଦୁ ମନ୍ଦିର ଉପରେ ଆକ୍ରମଣ ସହ ୩ ଜଣ ହିନ୍ଦୁଙ୍କ ହତ୍ୟା କରାଯିବା ମାମଲାରେ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା କଡା ନିନ୍ଦା କରିଛନ୍ତି । ହସୀନା ଚେତାବନୀ ଦେଇ କହିଛନ୍ତି ଯେ କେହି ବି ଏହି ମାମଲାରେ ସଂପୃକ୍ତ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହାସହ ହସୀନା ଭାରତକୁ ସତର୍କ ରହିବାକୁ କହିଛନ୍ତି । ଅନ୍ତର୍ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଛନ୍ତି କି ବାଂଲାଦେଶରେ ଯାହା ଘଟିଲା ସେଭଳି ଭାରତରେ ନ ଘଟିବା ଦରକାର । ଭାରତରେ ଏଭଳି ଘଟିଲେ ତାହା ବାଂଲାଦେଶରେ ରହୁଥିବା ହିନ୍ଦୁଙ୍କ ଉପରେ ପ୍ରଭାବ ପକାଇବ ବୋଲି ସେ କହିଛନ୍ତି ।

କହିରଖୁ କି ବୁଧବାର ଦିନ ବାଂଲାଦେଶର ଚାନ୍ଦିପୁର ହାଜିଗଞ୍ଜ ଠାରେ ଦୁର୍ଗାପୂଜା ସମାରୋହ ଚାଲିଥିବା ବେଳେ ଧାର୍ମିକ ହିଂସା ଦେଖିବାକୁ ମିଳିଥିଲା । ଏହି ହିଂସାରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬୦ ରୁ ଅଧିକ ଲୋକ ଆହତ ହୋଇଛନ୍ତି । ସୂଚନା ମୁତାବକ ସୋସିଆଲ ମିଡିଆରେ ଏକ ପୋଷ୍ଟ (କୋରାନୁ ୍ରଅପମାନ) କୁ ନେଇ ହିଂସା ଦେଖିବାକୁ ମିଳିଥିଲା । ଏହାପରେ କିଛି ଲୋକ ଦୁର୍ଗାପୂଜା ମଣ୍ଡପକୁ ଭଙ୍ଗାରୁଜା କରିଥିଲେ ।
ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସୀନା ଗୁରୁବାର ଦିନ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଢାକାର ଢାକେଶ୍ୱରୀ ମନ୍ଦିରରେ ହୋଇଥିବା କାର୍ଯ୍ୟକ୍ରମରେ ଭାଗ ନେଇ ତାଙ୍କ ସମ୍ବୋନ୍ଧନରେ କହିଥିଲେ କି କୋମିଲା ଜିଲ୍ଲାରେ ହୋଇଥିବା ହିଂସାକୁ ନେଇ ତଦନ୍ତ ଆରମ୍ଭ ହୋଇଛି । ହିନ୍ଦୁ ମନ୍ଦିର ଦୁର୍ଗା ମଣ୍ଡପରେ ଯେଉଁମାନେ ଭଙ୍ଗାରୁଜା କରିଛନ୍ତି ସେମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।