ମନୀଷ ମୃତ୍ୟୁ ମାମଲା : ସଙ୍ଗାମାନଙ୍କ ପଚରାଉଚରା କଲା ପୁଲିସ । ସାମ୍ନାକୁ ଆସିଲା ନୂଆ ତଥ୍ୟ

146

କନକ ବ୍ୟୁରୋ : ମନୀଷ ମୃତ୍ୟୁ ମାମଲାରେ ତଦନ୍ତ ଆଗଉଛି, ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଆଜି ମନୀଷର ସାଙ୍ଗମାନଙ୍କୁ ପଚରାଉଚରା କରୁଛି ସ୍ପେଶାଲ ସ୍କ୍ୱାଡ୍ । ପଚରାଉଚରାରୁ ସାଙ୍ଗମାନେ ସ୍ୱୀକାର କରିଛନ୍ତିଯେ ସେମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । କିନ୍ତୁ ସେମାନଙ୍କ ମଧ୍ୟରେ କାହିଁକି ପାଟିତୁଣ୍ଡ ହୋଇଥିଲା ସେକଥା ଏଯାଏଁ ସ୍ପଷ୍ଟ ହୋଇପାରିନି ।
ସୂଚନାରୁ ଯାହା ଜଣାପଡିଛି, ମନୀଷ ମୃତ୍ୟୁ ମାମଲାରେ ସ୍ପେଶାଲ ସ୍କାର୍ଡ ମନୀଷଙ୍କ ସାଙ୍ଗମାନଙ୍କୁ ପଚରାଉଚରା କରୁଥିବା ବେଳେ ମନୀଷଙ୍କ ସାଙ୍ଗମାନେ ଯେଉଁ ସବୁ କଥା କହୁଛନ୍ତି ସେମାନଙ୍କ କଥାରେ ତାଳମେଳ ରହୁନି ।
ତେବେ ଗତକାଲି କନକ ନ୍ୟୁଜରେ ଯେଉଁ ସିସିଟିଭି ଚିତ୍ର ପ୍ରଶାରିତ ହୋଇଥିଲା ସେଥିରେ ମନୀଷଙ୍କ ସାଙ୍ଗମାନେ ଥିବା ସ୍ୱିକାର କରିଛନ୍ତି । ଖୁବଶୀଘ୍ର ସ୍ପେଶାଲ ସ୍କାର୍ଡ ମୃତ୍ୟୁ ଘଟଣାର ସତ ପାଖରେ ପହଞ୍ଚିବ ବୋଲି କୁହାଯାଉଛି ।