ଆର.କେ ମୃତ୍ୟୁ : ସ୍ପଷ୍ଟ କଲା ମାଓ ସଂଗଠନ

122

କନକ ବ୍ୟୁରୋ : ମାଓନେତା ରାମକୃଷ୍ଣ ଓରଫ୍ ଅତିରାଜକୁ ହରଗୋପାଳଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କଲା ମାଓବାଦୀ ସଂଗଠନ । ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ମାଓନେତା ଆର.କେ । ଗତ ଅକ୍ଟୋବର ୧୪ ତାରିଖ ସକାଳ ୬ଟାରେ ତାଙ୍କର ମୃତ୍ୟୁ ହୋଇଥିବା ମାଓ ସଂଗଠନ ପକ୍ଷରୁ ସ୍ପଷ୍ଟ କରାଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଦୀର୍ଘ ଦିନ ଧରି ଅସୁସ୍ଥ ରହି ମୃତ୍ୟୁ ହୋଇଥିବା ମାଓ ନେତା ଆର.କେଙ୍କ ମୃତ୍ୟୁ ପରେ ଗତ ୧୪ ତାରିଖ ଦିନ ହିଁ ମାଓ ସଂଗଠନ ଦ୍ୱାରା ଅନ୍ତିମ ସଂସ୍କାର କରାଯାଇଛି । ମାଓ ସଂଗଠନ ଦ୍ୱାରା ଆର.କେଙ୍କ ମୃତ୍ୟୁ ନେଇ ସ୍ପଷ୍ଟିକରଣ ରଖାଯାଇଥିଲେ ହେଁ ତାଙ୍କର କେଉଁଠାରେ ମୃତ୍ୟୁ ହୋଇଛି ସେନେଇ କୌଣସି ତଥ୍ୟ ପ୍ରେସନୋଟରେ ଉଲ୍ଲେଖ କରାଯାଇନାହିଁ ।
ତେବେ ମାତ୍ର ୬୫ବର୍ଷ ବୟସରେ ଆରକେଙ୍କ ମୃତ୍ୟୁ ହୋଇଛି । ଆନ୍ଧ୍ର-ଓଡିଶା ବର୍ଡର ଜୋନାଲ କମିଟିର ସଂପାଦକ ଥିଲେ ଆର.କେ । ରାମନାଗୁଡା ଏନକାଉଣ୍ଟର ପରେ ସଂପାଦକ ପଦରୁ ହଟିଥିଲେ । ମାଓବାଦୀ କେନ୍ଦ୍ରୀୟ କମିଟିର ସଦସ୍ୟ ମଧ୍ୟ ଥିଲେ ଆର.କେ । ତାଙ୍କ ନାଁରେ ଓଡିଶାରେ ୨ଶହରୁ ଅଧିକ ମାମଲା ରହିଥିଲା ।