ଭିଡିଓ କନଫରେନ୍ସିଂରେ କଟକର ସୁବାସ ମହାନ୍ତିଙ୍କ ସହ କଥା ହେଲେ ମୋଦି ! ଓଜନ କମାଅ, ଭଲ କାମ କରିବା ସହ ସୁସ୍ଥ ରହିବାକୁ ଦେଲେ ପରାମର୍ଶ

42

କନକ ବ୍ୟୁରୋ: ମୋଦିଙ୍କ ସହ ସିଧାସଳଖ କଥା ହୋଇଛନ୍ତି କଟକର ସୁବାସ ମହାନ୍ତି । ଗୁରୁବାର ଭିଡିଓକନଫରେନ୍ସିଂ ଜରିଆରେ କଥା ହୋଇଛନ୍ତି ସୁବାସ । ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର ଦ୍ୱାରା ସୁବାସ କେତେ ଉପକୃତ ହୋଇଛନ୍ତି ସେ ନେଇ ପଚାରି ବୁଝିଛନ୍ତି ମୋଦି । ସୁବାସଙ୍କ ସହ ପାଖାପାଖି ୧୦ମିନିଟ୍ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସ୍ୱାସ୍ଥ୍ୟବସ୍ଥା କଥା ପଚାରି ବୁଝିବା ସହ ଜନୌଷଧି କେନ୍ଦ୍ରରୁ ଔଷଧ କିଣିବା ସହଜ ହେଉଛି କି ନାହିଁ ପଚାରି ବୁଝିଥିଲେ ପ୍ରଧାନମନ୍ତ୍ରୀ ।

ସୁବାସ କହିଥିଲେ, ଜନୌଷଧି କେନ୍ଦ୍ରରୁ ଔଷଧ କିଣିବା ଦ୍ୱାରା ପ୍ରତିମାସରେ ତାଙ୍କର ୨ହଜାରରୁ ଅଢ଼େଇ ହଜାର ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଉଛନ୍ତି । ସେ ଓ ତାଙ୍କ ପତ୍ନୀ ମଧୁମେହ ରୋଗରେ ପୀଡିତ ଥିବାରୁ ପୂର୍ବରୁ ପ୍ରତିମାସରେ ୨ରୁ ୩ହଜାର ଟଙ୍କାର ମେଡିସିନ୍ ଖାଉଥିଲେ । କିନ୍ତୁ ଏବେ ସେହି ମେଡିସିନକୁ ଜନୌଷଧି କେନ୍ଦ୍ରରୁ ମାତ୍ର ୫ଶହ ଟଙ୍କାରେ କିଣିପାରୁଛନ୍ତି । ଜନୌଷଧି କେନ୍ଦ୍ର ଦ୍ୱାରା ଦେଶବାସୀ କେମିତି ଉପକୃତ ହୋଇଛନ୍ତି ସେ ନେଇ ଗୁରୁବାର ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ପ୍ରାନ୍ତର ଲୋକଙ୍କ ସହ ସିଧାସଳଖ କଥା ହୋଇଥିଲେ ।

ଓଡିଶାର ସୁବାସଙ୍କ ସହ କଥା ହୋଇଥିଲେ । ମୋଦିଙ୍କ ସହ କଥା ହେବା ପରେ ସୁବାସ କହିଛନ୍ତି ସେହି ୧୦ମିନିଟ୍ ତାଙ୍କର ସାରାଜୀବନ ମନେରହିବ । ଏବଂ ଦେଶର ପ୍ରତି ବ୍ଲକରେ ଏହି କେନ୍ଦ୍ର ଖୋଲାଗଲେ ତାଙ୍କ ଭଳି ଅନେକ ଲୋକ ଉପକୃତ ହୋଇପାରିବେ ।