ଆରମ୍ଭ ହେଲା ଖଣି ସତର୍କତା ବ୍ୟବସ୍ଥା : ଉପଗ୍ରହ ଦ୍ୱାରା ଖଣି ଚୋରି ସଂପର୍କରେ ମିଳିବ ସୂଚନା

36

କନକ ବ୍ୟୁରୋ : ଖଣିଚୋରଙ୍କୁ ସତର୍କ ଘଂଟି । ଖଣି ଚୋରି ରୋକିବା ପାଇଁ ସରକାରଙ୍କ ନୂଆ ବ୍ୟବସ୍ଥା । ଖଣି ଚୋରି ଉପରେ କଡା ନଜର ରଖିବ ଉପଗ୍ରହ । ସେପଟେ ଏହି ବ୍ୟବସ୍ଥା, ଏମଏସଏସର ଉଦଘାଟନ କରିବା ଅବସରରେ ୧୧ଟି ରାଜ୍ୟର ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ଖଣି ଓ ଶକ୍ତି ମନ୍ତ୍ରୀ ପୀୟୂଷ ଗୋଏଲ୍ । ଏହି ଅବସରରେ ମୋବାଇଲ୍ ଆପ୍ ମଧ୍ୟ ଲୋକାର୍ପିତ ହୋଇଛି । ଏହା ମାଧ୍ୟମରେ ସାଧାରଣ ଲୋକ ମଧ୍ୟ ଅବୈଧ ଖଣି ଖନନ ନେଇ କେନ୍ଦ୍ର ସରକାରଙ୍କୁ ଜଣାଇପାରିବେ ।

ଏମଏସଏସ ବ୍ୟବସ୍ଥା କେନ୍ଦ୍ର ଖଣି ମନ୍ତ୍ରାଳୟ ଭାରତୀୟ ଖଣି ବ୍ୟୁରୋ ମାଧ୍ୟମରେ ଉନ୍ନିତ ହୋଇଛି । ଏହା ପ୍ରଧାନମନ୍ତ୍ରୀଙ୍କ ଦୁର୍ନୀତି ହଟାଅ ଅଭିଯାନର ଏକ ଅଂଶ ।  କେତେ ରାଜ୍ୟରେ ଏହା କାର୍ଯ୍ୟକାରୀ ହୋଇସାରିଛି । ଖଣିର ସୁରକ୍ଷା ଓ ଚୋରି ରୋକିବା ଆଦି ଦାୟିତ୍ୱ ରାଜ୍ୟ ସରକାରଙ୍କ ଦାୟିତ୍ୱ ହୋଇଥିବା ବେଳେ ଏହାର ଖିଲାପ ହେଉଥିଲେ ସ୍ୱର ଉଠାଇବାକୁ ଗଣମାଧ୍ୟମଙ୍କୁ ଆହ୍ୱାନ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ।