ପିପିଲି ହାଟଛକ ନିକଟରେ ବସ୍ ଧକ୍କାରେ ଦମ୍ପତି ମୃତ : ୩ଟି ବସ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକେ

75

କନକ ବ୍ୟୁରୋ : ପିପିଲି ହାଟଛକ ନିକଟରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା । ଓଭରଟେକ୍ କରି ଯାଉଥିବା ବେଳେ ଏକ ଲୁନାକୁ ଧକ୍କା ଦେଇଥିଲା ବସ୍ । ଫଳରେ ଦୁର୍ଘଟଣାସ୍ଥଳରେ ଦମ୍ପତିଙ୍କ ମୃତ୍ୟୁ ହୋଇଛି । ତେବେ ଆଇନକୁ ହାତକୁ ନେଇ ଦୁର୍ଘଟଣା ଗସ୍ତ ବସ ସହ ଅନ୍ୟ ୨ଟି ବସ୍ ଜାଳି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ଅନ୍ୟପଟେ ସ୍ଥାନୀୟ ଲୋକେ ରାସ୍ତା ରୋକ କରିଥିବାରୁ ପୁରୀ – ଭୁବନେଶ୍ୱର ରୁଟରେ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି ।

ଏହା ସହ ନିଆଁ ଲିଭାଇବାକୁ ଆସିଥିବା ଦମକଳ ବାହିନୀକୁ ନିଆଁ ଲିଭାଇବାକୁ ଦେଇନାହାଁନ୍ତି ଲୋକେ । ଘଟଣାକୁ ଆୟତ କରିବା ପାଇଁ ଘଟଣାସ୍ଥଳରେ ମୁତୟନ ହୋଇଥିବା ପୁଲିସକୁ ମଧ୍ୟ ଉତ୍ୟକ୍ତ ଲୋକ ମାଡ ମାରିଥିବା ଜଣାପଡିଛି ।