ଅନଲାଇନରେ ମିଳିବ ପେଟ୍ରୋଲ୍ ! ଟ୍ୱିଟ୍ କରି ଧର୍ମେନ୍ଦ୍ର କହିଲେ, ଖୁବଶୀଘ୍ର ଆରମ୍ଭ ହେବ ହୋମ୍ ଡେଲିଭରୀ ସେବା

41

କନକ ବ୍ୟୁରୋ : ପେଟ୍ରୋଲ୍ ଓ ଡିଜେଲ ଦରକୁ ନେଇ ରାଜନୈତିକ ଦଳଗୁଡିକର ତମ୍ବିତୋଫାନ ଭିତରେ ଚର୍ଚ୍ଚାକୁ ଆସିଛି ବିଭାଗୀୟ ମନ୍ତ୍ରୀଙ୍କ ଟ୍ୱିଟ୍ । ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ୍ କରି ଲେଖିଛନ୍ତି ଯେ, ଖୁବଶୀଘ୍ର ଅନଲାଇନରେ ଉପଲବ୍ଧ ହେବ ପେଟ୍ରୋଲ ଓ ଡିଜେଲ । ତେଣୁ ଆପଣଙ୍କୁ ଆଉ ପେଟ୍ରୋଲ ପମ୍ପରେ ଲମ୍ବା ଲାଇନରେ ଠିଆ ହେବାକୁ ପଡିବ ନାହିଁ । ଆପଣ ଅନଲାଇନରେ ଅର୍ଡର କଲେ ଘରେ ପହଂଚିଯିବ ପେଟ୍ରୋଲ ଓ ଡିଜେଲ ।

ଏପରିକି ନଗଦ ଟଙ୍କା କାରବାର କମାଇବାକୁ ଏହା ବିଶେଷ ସହାୟକ ହେବ । ଡିଜିଟାଲ ପେମେଂଟ ଜରିଆରେ ଆପଣ ଅର୍ଡର କରିଥିବା ଇନ୍ଧନର ମୂଲ୍ୟ ପୈଠ କରିପାରିବେ । କେନ୍ଦ୍ରରେ ମୋଦି ସରକାର ନଗଦ ଟଙ୍କା କାରବାର କରିବା ଉପରେ ଜୋର ଦେଉଥିବାବେଳେ ପେଟ୍ରୋଲିୟମ ମନ୍ତ୍ରାଳୟ ମଧ୍ୟ ଏଦିଗରେ କାମ କରୁଥିବା ସୂଚନା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।