ଉପରମୁଣ୍ଡରେ ପ୍ରବଳ ବର୍ଷା, ମହାନଦୀରେ ବଢୁଛି ଜଳସ୍ତର : ବିପଦ ସଙ୍କେତ ଉପରେ ରାଜ୍ୟର ୩ ନଦୀର ଜଳସ୍ତର

100

କନକ ବ୍ୟୁରୋ : ଲଘୁଚାପଜନିତ ବର୍ଷା ଯୋଗୁ ମହାନଦୀ ସମେତ ରାଜ୍ୟରେ ବିଭିନ୍ନ ନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି । ଆଜି ସକାଳ ୬ ଟା ସୁଦ୍ଧା କିଛି ନଦୀରେ ପାଣି ବିପଦ ସଙ୍କେତ ଉପରେ ଥିବା ସୂଚନା ମିଳିଛି । ବୈତରଣୀ ନଦୀରେ ଆଖୁଆପଦା ଠାରେ ବିପଦ ସଙ୍କେତ ପାର କରି ୧୮ ଦଶମିକ ୬ ମିଟର ଉପରେ ପାଣି ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୧୭ ଦଶମିକ୍ ୮୩ ମିଟର ରହିଛି । ସେହିପରି ବଂଶଧାରା ନଦୀରେ କାଶୀନଗର ଠାରେ ପାଣି ୫୪ ଦଶମିକ ୭୫ ମିଟର ଉପରେ ପାଣି ପ୍ରବାହିତ ହେଉଛି । ଏଠାରେ ବିପଦ ସଙ୍କେତ ୫୪ ଦଶମିକ ୬୦ ରହିଛି । ଜଳକା ନଦୀରେ ମାଥାନୀ ଠାରେ ପାଣି ୬ ଦଶମିକ ୩୧ ମିଟର ଉପରେ ପାଣି ପ୍ରବାହିତ ହେଉଛି । ଏଠାରେ ବିପତ ସଙ୍କେତ ୫ ଦଶମିକ ୫୦ ମିଟର ରହିଛି ।

ମହାନଦୀ ନରାଜରେ ବିପଦ ସଙ୍କେତ ୨୬ ଦଶମିକ ୪୧ ମିଟର ରହିଥିବା ବେଳେ ପାଣି ୨୫ ଦଶମିକ୍ ୩୧ ମିଟର ଉଚତାରେ ପ୍ରବାହିତ ହେଉଛି । ଦେବୀ ନଦୀର ଆଳିପଙ୍ଗଳ ଠାରେ ବିପଦ ସଙ୍କେତ ୧୧ ଦଶମିକ୍ ୭୬ ମିଟର ରହିଥିବା ବେଳେ ଏଠାରେ ପାଣି ୭ ଦଶମିକ୍ ୨୨ ମିଟର ଉଚତାରେ ପ୍ରବାହିତ ହେଉଛି ।ଇଭ୍ ନଦୀରେ ସୁନ୍ଦରଗଡ଼ ଠାରେ ବିପଦ ସଙ୍କେତ ୨୨୨ ମିଟର ରହିଥିବା ବେଳେ ପାଣି ୨୧୮ ଦଶମିକ ଦଶମିକ୍ ୨୧୮ ଦଶମିକ ୭୩ ମିଟର ରହିଛି । ବ୍ରାହ୍ମଣୀ ନଦୀର ପାନପୋଷ ଠାରେ ବିପଦ ସଙ୍କେତ ୧୭୮ ଦଶମିକ୍ ୪୨ ମିଟର ରହିଥିବା ବେଳେ ପାଣି ୧୭୩ ଦଶମିକ୍ ୭୬ ମିଟର ରହିଛି ।

ସେହିପରି ବ୍ରାହ୍ମଣୀ ନଦୀର ଜେନାପୁର ଠାରେ ବିପଦ ସଙ୍କେତ ୨୩ ମିଟର ରହିଥିବା ବେଳେ ପାଣି ୧୯ ଦଶମିକ୍ ୯ ମିଟର ରହିଛି । ବୈତରଣୀ ନଦୀର ଆନନ୍ଦପୁର ଠାରେ ବିପଦ ସଙ୍କେତ ୩୮ ଦଶମିକ୍ ୩୬ ମିଟର ରହିଥିବା ବେଳେ ପାଣି ୩୬ ଦଶମିକ୍ ୧୨ ମିଟର ରହିଛି ।  ବୁଢାବଳଙ୍ଗ ନଦୀର ଏନଏଚ୍ ୫ ଠାରେ ବିପଦ ସଙ୍କେତ ୮ ଦଶମିକ୍ ୧୩ ମିଟର ରହିଥିବା ବେଳେ ପାଣି ୫ ଦଶମିକ୍ ୪୬ ମିଟର ରହିଛି । ବୁଢାବଳଙ୍ଗ ନଦୀର ଜାମସୋଲଘାଟ ଠାରେ ବିପଦ ସଙ୍କେତ ୪୯ ଦଶମିକ୍ ୧୫ ମିଟର ରହିଥିବା ବେଳେ ପାଣି ୪୬ ଦଶମିକ୍ ୨୬ ମିଟର ରହିଛି । ସୁବର୍ଣ୍ଣରେଖା ନଦୀର ଜାମସୋଲଘାଟ ଠାରେ ବିପଦ ସଙ୍କେତ ୪୯ ଦଶମିକ୍ ୧୫ ମିଟର ରହିଥିବା ବେଳେ ପାଣି ୪୬ ଦଶମିକ୍ ୨୬ ମିଟର ରହିଛି । ସୁବର୍ଣ୍ଣରେଖା ନଦୀର ରାଜଘାଟ ଠାରେ ବିପଦ ସଙ୍କେତ ୧୦ ଦଶମିକ୍ ୩୬ ମିଟର ରହିଥିବା ବେଳେ ପାଣି ୭ ଦଶମିକ୍ ୨୧ ମିଟର ରହିଛି ।

ବଂଶଧାରା ନଦୀର ଗୁଣୁପୁର ଠାରେ ବିପଦ ସଙ୍କେତ ୮୪ ମିଟର ରହିଥିବା ବେଳେ ପାଣି ୮୨ ଦଶମିକ୍ ୭୮ ମିଟର ରହିଛି । ବଂଶଧାରା ନଦୀର ଗୁଣୁପୁର ଠାରେ ବିପଦ ସଙ୍କେତ ୮୪ ମିଟର ରହିଥିବା ବେଳେ ପାଣି ୮୨ ଦଶମିକ୍ ୭୮ ମିଟର ରହିଛି । ଋଷିକୂଲ୍ୟା ନଦୀର ପୁୁରୁଷୋତମପୁର ଠାରେ ବିପଦ ସଙ୍କେତ ୧୬ ଦଶମିକ ୮୩ ମିଟର ରହିଥିବା ବେଳେ ପାଣି ୧୩ ଦଶମିକ୍ ୬ ମିଟର ରହିଛି ।