ଏସିଏଫଙ୍କ ମୃତ୍ୟୁ ମାମାଲାକୁ ନେଇ ବଢୁଛି ରହସ୍ୟ : ଡ଼ିଏଫଓଙ୍କ କଲ ଡ଼ିଟେଲ୍ସ ଯାଂଚ କରୁଛି ପୋଲିସ; ଖୁବଶୀଘ୍ର ଡ଼ିଏଫଓଙ୍କୁ ହୋଇପାରେ ଜେରା

241

କନକ ବ୍ୟୁରୋ : ଏସିଏଫ୍ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ମାମଲାକୁ ନେଇ ବଢୁଛି ରହସ୍ୟ । ତେବେ ମାମଲା ରୁଜୁ ହୋଇଥିଲେ ବି ବର୍ତ୍ତମାନ ସୁଦ୍ଧା ଡିଏଫଓଙ୍କୁ ଜେରା କରାଯାଇନାହିଁ । ଆଜି ତାଙ୍କର କଲ ଡ଼ିଟେଲ୍ସ ଯାଂଚ କରୁଛି ପୋଲିସ । ସୌମ୍ୟରଂଜନଙ୍କ ମୃତ୍ୟୁ ପୂର୍ବରୁ ଡିଏଫଓ କାହା ସହିତ କଥା ହୋଇଥିଲେ ତା ଯାଂଚ ଚାଲିଛି । ଆବଶ୍ୟକ ପଡିଲେ ଡିଏଫଓଙ୍କୁ ଜେରା ବି କରାଯାଇପାରେ । ଏ ଯାଏଁ ତାଙ୍କର ଖୋଜଖବର ବି ନାହିଁ । ମୃତ୍ୟୁ ଘଟଣାର ତଦନ୍ତରେ ସହାୟତା କରିବାକୁ ପାରଳାଖେମୁଣ୍ଡିରେ ଅଛି କ୍ରାଇମବ୍ରାଂଚ ଟିମ୍ ।

କପ୍ତିପଦାକୁ ପୁଲିସ ଟିମ ଯାଇଥିବାରୁ ସେମାନେ ଫେରିଲେ ତଦନ୍ତ ଆଗକୁ ବଢିବ ବୋଲି ଜଣାପଡିଛି । । ଗତକାଲି ଘଟଣାରେ ପତ୍ନୀ ବିଦ୍ୟାଭାରତୀଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ ସୌମ୍ୟରଂଜନଙ୍କ ପରିବାର । ଏସବୁ ଭିତରେ ମୁହଁ ଖୋଲିଥିଲେ ବିଦ୍ୟାଭାରତୀ । ଗଣମାଧ୍ୟମକୁ ସେ କହିଥିଲେ, ସୌମ୍ୟଙ୍କ ଅନ୍ୟ ଝିଅ ସହ ସମ୍ପର୍କ ଥିଲା । ଫୋନରେ ସେ ତାଙ୍କ ସହ ବାରମ୍ବାର କଥା ହେଉଥିଲେ । ବିଦ୍ୟା ଭାରତୀ ମୁହଁ ଖୋଲିବା ପରେ- ଗୋଟିଏ କଥା ସ୍ପଷ୍ଟ ହେଉଛି- ଯେ ଉଭୟଙ୍କ ଭିତରେ ସନ୍ଦେହର ପାହାଡ ଠିଆ ହୋଇଥିଲା ।