ନ୍ୟାୟ ମାଗୁଛନ୍ତି ପପୁ ପମ୍ ପମ୍ ! ଜାମିନ୍ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ କମେଡି କିଙ୍ଗ୍

152

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନାବାଳିକାଙ୍କୁ କାଷ୍ଟିଂ କାଉଚ ମାମଲାରେ ହାଇକୋର୍ଟ ଗଲେ ପପୁ । ଅଭିନୟର ପ୍ରଲୋଭନ ଦେଖାଇ ନାବାଳିକାଙ୍କୁୁ ଯୌନ ଶୋଷଣ ଅଭିଯୋଗରେ ଗିରଫ ହୋଇ ଜେଲରେ ଅଛନ୍ତି ଅଭିନେତା ପପୁ ପମ୍ ପମ୍ । ତେଣୁ ଜାମିନ୍ ପାଇଁ ହାଇକୋର୍ଟରେ ଆବେଦନ କରିଛନ୍ତି ପପୁ । ପୂର୍ବରୁ ଗତ ୧୧ ତାରିଖରେ ତାଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ ଖୋର୍ଦ୍ଧା ଜିଲ୍ଲା ଓ ଦୌରାଜଜ୍ କୋର୍ଟ। ଗତମାସ ୩୦ ତାରିଖରେ ନାବାଳିକାଙ୍କୁ କାଷ୍ଟିଂ କାଉଚ୍ ଅଭିଯୋଗରେ ହାସ୍ୟ ଅଭିନେତା ପପୁ ପମ୍ ପମଙ୍କୁ ଗିରଫ କରିଥିଲା କମିଶନରେଟ୍ ପୁଲିସ ।

ପପୁôଙ୍କ ବିରୋଧରେ ଲାଗିଛି ଭାରତୀୟ ପିଙ୍ଗଳ କୋଡର ଦଫା ୩୫୪(ଏ) । ଅର୍ଥାତ୍ ମହିଳାଙ୍କୁ ଅସଦାଚରଣ ବା ଅଶ୍ଳୀଳ ବ୍ୟବହାର କରିବା । ଦଫା ୫୦୬, ଅର୍ଥାତ୍ ହତ୍ୟା ଧମକ ଦେବା ବା ଜୀବନରୁ ମାରିଦେବା ଉଦେଶ୍ୟରେ କାର୍ଯ୍ୟ କରିବା। ଦଫା ୫୦୯ ଅର୍ଥାତ୍ ଖରାପ ଭାଷାରେ ଗାଳି ଗୁଲଜ କରିବା। ଦଫା ୩୪  ଅର୍ଥାତ୍ ଏକାଧିକ ଲୋକ ମନ୍ଦ ଉଦେଶ୍ୟ ନେଇ କୌଣସି କାମ କରିବା ଏବଂ ଶିଶୁ ଯୌନ ନିର୍ଯାତନା ନିରୋଧ ଆଇନ୍ ୨୦୧୨ର ଦଫା ୮ ଓ ୧୨  ଲାଗିଛି। ଜାମିନ ପାଇବା ନେଇ ଏକାଧିକ ଯୁକ୍ତି ଦର୍ଶାଇଛନ୍ତି ପପୁଙ୍କ ଓକିଲ।