ଶ୍ରୀକ୍ଷେତ୍ରରେ କ୍ଷମା ମାଗିଲେ କମେଡି କିଙ୍ଗ୍ : ବଡଦାଣ୍ଡରେ ସାଷ୍ଟାଙ୍ଗ କ୍ଷମା ପ୍ରାର୍ଥନା

103

ପୁରୀ : ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ କରି କମେଡି କିଙ୍ଗ ପପୁ ହଟହଟା ହେବା ପରେ ଗତକାଲି ଶ୍ରୀକ୍ଷେତ୍ର ଯାଇ ଶ୍ରୀଜିଉଙ୍କ ନିକଟରେ ସାଷ୍ଟାଙ୍ଗ କ୍ଷମା ପ୍ରାର୍ଥନା କରିଛନ୍ତି । ଗତ ଦୁଇ-ତିନି ଦିନ ଧରି ଶ୍ରୀଜଗନ୍ନାଥଙ୍କୁ ଅସମ୍ମାନ କରିଥିବା ପ୍ରତିବାଦରେ ପପୁଙ୍କୁ ତୀବ୍ର ବିରୋଧ କରାଯାଇଥିଲା ।

ପ୍ରଥମେ ପୁରୀ ସ୍ୱର୍ଗଦ୍ୱାର ନିକଟରେ କୁଶପୁତଳିକା ଦାହ ତାପରେ ଭୁବନେଶ୍ୱର ଝାରପଡାରେ କାଳି ମାଡ ହୋଇଥିଲା ।  ଗତକାଲି ପପୁଙ୍କ ବରମୁଣ୍ଡା ବାସଭବନରେ ବି ହିନ୍ଦୁସେନା ପକ୍ଷରୁ ଟମାଟୋ ମାଡ କରାଯାଇଥିଲା । ବିଭିନ୍ନ ସଂଗଠନ ଦାବି କରିଥିଲେ ଯେ, ପପୁ ଶ୍ରୀମନ୍ଦିର ସମ୍ମୁଖରେ ସର୍ବସାଧାରଣଙ୍କ ଉପସ୍ଥିତିରେ ଶ୍ରୀଜିଉଙ୍କୁ କ୍ଷମା ମଗନ୍ତୁ । ପପୁଙ୍କ ଉପରେ ଚାପ ପଡିବା ପରେ କମେଡି କିଙ୍ଗଙ୍କ ଚେତା ପଶିଥିଲା । ଶ୍ରୀକ୍ଷେତ୍ର ଯାଇ ସାଷ୍ଟାଙ୍ଗ କ୍ଷମା ପ୍ରାର୍ଥନ କରିଥିଲେ  ।

ଦେଖନ୍ତୁ ଏହି ଭିଡିଓ –