ସରୁଛି ପୁରୁଣା ୫ ଶହ ଟଙ୍କିଆ ନୋଟର ଅବଧି : ଆଜି ମଧ୍ୟରାତ୍ରିରୁ ପେଟ୍ରୋଲ ପମ୍ପରେ ଚଳିବନି ନୋଟ୍

38

କନକ ବ୍ୟୁରୋ : ସରି ସରି ଆସୁଛି ପୁରୁଣା ୫ ଶହ ଟଙ୍କିଆ ନୋଟର ଆୟୁଷ । ଆଜି ମଧ୍ୟରାତ୍ରିରୁ ଆଉ ପେଟ୍ରୋଲ ପମ୍ପରେ ଚଳିବନି ପୂରୁଣା ୫ ଶହ ଟଙ୍କିଆ ନୋଟ୍ । ଗ୍ୟାସ ଏଜେନ୍ସି ଓ ବିମାନ ଟିକେଟ୍ ପାଇଁ ବି ଏହି ନୋଟ୍ ଗ୍ରହଣୀୟ ହେବନି ।

ସେହିପରି ହାଇୱେ ଟୋଲପ୍ଲାଜାରେ ମଧ୍ୟ ପୂରୁଣା ୫ ଶହ ଟଙ୍କିଆ ନୋଟ୍ ଆଉ ଚଳିବନି । ତେବେ ରେଳ ଓ ସରକାରୀ ବସ୍ ଟିକେଟ୍ କାଉଁଟର ଓ ଏଲପିଜି ଆଉଟଲେଟରେ ଡିସେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ପୂରୁଣା ୫ ଶହ ଟଙ୍କିଆ ନୋଟକୁ ଗ୍ରହଣ କରାଯିବ ବୋଲି ସରକାରଙ୍କ ପକ୍ଷରୁ ସ୍ପଷ୍ଟ ହୋଇଛି ।

ଦେଖନ୍ତୁ ଏହି ଭିଡିଓ –