ପ୍ରମାଣ ସହ ଇମ୍ରାନଙ୍କ ମୁଖା ଖୋଲିଲେ ପାକିସ୍ତାନୀ ସାମ୍ବାଦିକ ! ଲାଇଭ୍ ସୋ’ରେ ଜଣାଇଲେ କଣ ମିଛ କହିଛନ୍ତି ପାକ୍ ପ୍ରଧାନମନ୍ତ୍ରୀ

1,752

ପୁଲୱାମା ଆତଙ୍କବାଦୀ ଆକ୍ରମଣ ପାଇଁ ନିଜକୁ ଦାୟୀ କରିଛି ଆତଙ୍କୀ ସଂଗଠନ ଜୈସ-ଏ-ମୋହମ୍ମଦ । ଯାହାକୁ ନେଇ ଭାରତ ପାକିସ୍ତାନ ଉପରେ ଅଭିଯୋଗ ଆଣିଛି କି ସେ ଏଭଳି ଆତଙ୍କୀ ସଂଗଠନକୁ ସପୋର୍ଟ କରୁଛି ଏବଂ ଏହି ଷଡଯନ୍ତ୍ର ପଛରେ ପାକିସ୍ତାନର ହାତ ରହିଛି ବୋଲି । ତେବେ ପ୍ରଥମେ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ପରବର୍ତ୍ତୀ ସମୟରେ ପାକର ଆର୍ମି ଭାରତର ସମସ୍ତ ଭିଯୋଗକୁ ମଥ୍ୟା କହି ପ୍ରତ୍ୟାଖ୍ୟାନ କରିଛି ।

ବର୍ତ୍ତମାନ ଜଣେ ପାକିସ୍ତାନ ଟିଭି ଆଙ୍କର ନିଜ ପ୍ରାଇମ ଟାଇମ ସୋରେ ପାକିସ୍ତାନ ବିରୋଧରେ ଏଭଳି ପ୍ରମାଣ ରଖିଛନ୍ତି କି, ଯାହାକୁ ଖୋଦ୍ ପାକିସ୍ତାନ ସରକାର ବି ମାନିବାକୁ ମନା କରିପାରିବେ ନାହିଁ । ଦେଖନ୍ତୁ ଏହି ଭିଡିଓକୁ-

କିଛିଦିନ ତଳେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ପୁଲୱାମା ଆତଙ୍କୀ ଆକ୍ରମଣ ଉପରେ ପ୍ରତିକ୍ରିୟା ରଖିଥିଲେ । ସେ କହିଥିଲେ କି, ଭାରତର ସମସ୍ତ ଅଭିଯୋଗ ମିଥ୍ୟା । ଭାରତ ପାଖରେ ଏନେଇ କୌଣସି ବି ପ୍ରମାଣ ନାହିଁ । ସେ ଆହୁରୀ ମଧ୍ୟ କହିଥିଲେ କି, ଭାରତ ଆକ୍ରମଣ କଲେ ଆମେ ଚୁପ ବସିବିନୁ, ଏହାର ଜବାବ ଦେବୁ । ଯୁଦ୍ଧ ଆରମ୍ଭ କରିବା ସହଜ କିନ୍ତୁ ବନ୍ଦ କରିବା ସହଜ ନୁହେଁ । ଆମେ ଆତଙ୍କବାଦ ଉପରେ କଥାବାର୍ତା କରିବାକୁ ପ୍ରସ୍ତୁତ ଅଛୁ । ବିଶେଷକରି ଭାରତ ସହ କଥାବର୍ତା ପାଇଁ ପ୍ରସ୍ତୁତ ରହିଥିବା କଥା କହିଥିଲେ ଇମ୍ରାନ ଖାନ । ଆକ୍ରମଣ ବାବଦରେ ସମସ୍ତ ପ୍ରକାର ତଦନ୍ତ ପାଇଁ ପାକିସ୍ତାନ ପ୍ରସ୍ତୁତ ଅଛି ବୋଲି କହିଥିଲେ ଇମ୍ରାନ । ପାକିସ୍ତାନରେ ଆତଙ୍କବାଦର ସ୍ଥାନ ନାହିଁ ଓ ଆକ୍ରମଣରେ ପାକିସ୍ତାନର ଫାଇଦା କଣ ବୋଲି ସଫେଇ ଦେଇଥିଲେ ଇମ୍ରାନ ଖାନ ।

ସେହିପରି ପୁଲୱାମା ଆତଙ୍କୀ ହମଲାର ୮ ଦିନ ପରେ ପାକ୍ ସେନା ଏକ ସାମ୍ବାଦିକ ସମ୍ମିଳନୀ ଡାକି ଆକ୍ରମଣରେ ପାକିସ୍ତାନର କୌଣସି ସଂପର୍କ ନାହିଁ ବୋଲି ସ୍ପଷ୍ଟ ରଖିଥିଲା । ଏହା ସହିତ ଚିରାଚରିତ ଢଙ୍ଗରେ କହିଥିଲା କି, ବିନା ପ୍ରମାଣରେ ପାକିସ୍ତାନ ବିରୋଧରେ ମିଛ ଅଭିଯୋଗ କରୁଛି ଭାରତ । ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉନାହୁଁ, କିନ୍ତୁ ଭାରତୀୟ ସେନାର ପ୍ରତିଟି ହଲ୍ ଚଲର ଜବାବ ଦେବା ପାଇଁ ପ୍ରସ୍ତୁତ ରହିଛୁ । ତେବେ ପୁଲୱାମା ହମଲାର ଆତ୍ମଘାତି ଆକ୍ରମଣକାରୀ ଆଦିଲ ଅହମ୍ମଦକୁ କାଶ୍ମୀର ଯୁବକ କହି, ମମାଲାରୁ ହାତ ସଫା କରିବାକୁ ଉଦ୍ୟମ କରିଛି ପାକିସ୍ତାନ ।