ଜନ୍ମବେଦୀରୁ ଫେରିବେ ନୀଳକନ୍ଦର। ଧାଡି ପହଣ୍ଡିରେ ରଥକୁ ବିଜେ ହେଲେ ଚକ୍ରରାଜ ଶ୍ରୀ ସୁଦର୍ଶନ

62

କନକ ବ୍ୟୁରୋ : ଆଜି ମହାପ୍ରଭୁଙ୍କ ବାହୁଡାଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଶ୍ରୀଜୀଉ ଫେରିବେ । ଜନ୍ମବେଦୀରୁ ନୀଳକନ୍ଦର ଫେରିବେ । ବାହୁଡା ଯାତ୍ରା ପାଇଁ ଶ୍ରୀକ୍ଷେତ୍ର ଚଳଚଞ୍ଚଳ ରହିଛି । ଭକ୍ତଙ୍କ ଗହଳିରେ ଶରଧାବାଲି ଉଛୁଳି ଉଠୁଛି । ଭୋର ୪ଟାରୁ ନୀତିକାନ୍ତି ଆରମ୍ଭ ହୋଇଛି । ଚକ୍ରରାଜ ଶ୍ରୀସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଯାଇଛି । ଧାଡି ପହଣ୍ଡିରେ ରଥକୁ ଶ୍ରୀଜୀଉ ରଥକୁ ବିଜେ ହେବେ । ଶ୍ରୀ ସୁଦର୍ଶନଙ୍କ ପହଣ୍ଡି ବିଜେ ନୀତି ଚାଲିଛି । ନିର୍ଦ୍ଧାରିତ ସମୟର ୩ଘଣ୍ଟା ପୂର୍ବରୁ ପହଣ୍ଡି ଆରମ୍ଭ ହୋଇଛି ।

ତେବେ ନୀତି ସଅଳ ସରିଲେ ରଥଯାତ୍ରା ଭଳି ପହଣ୍ଡି ଓ ରଥଟଣା ବି ସଅଳ ଆରମ୍ଭ ହୋଇପାରେ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ବାହୁଡ଼ା ପହଣ୍ଡି ପାଇଁ ଶୁକ୍ରବାର ରାତିରେ କୋଠ ସୁଆଁସିଆମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି । ବିଳମ୍ବିତ ରାତିରେ ଆଡ଼ପମଣ୍ଡପରେ ଚାରବନ୍ଧା ନୀତି ଶେଷ ପୂର୍ବକ ବାହୁଡ଼ାଯାତ୍ରାର କ୍ଷେତ୍ର ପ୍ରସ୍ତୁତ ହୋଇଛି। ବାହୁଡ଼ା ଯାତ୍ରା ପାଇଁ ନିର୍ଘଣ୍ଟ ନୀତି ଅନୁଯାୟୀ, ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ୫ଟା ୧୫ରେ ସୂର୍ଯ୍ୟପୂଜା, ସାଢ଼େ ୫ଟାରେ ଦ୍ବାରପାଳ ପୂଜା ଓ ବେଶ ଶେଷ ହେବ । ୫ଟା ୪୫ରୁ ୬ଟା ୪୫ ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ ନୀତି ସମ୍ପନ୍ନ ହୋଇଛି ।