‘ପଦ୍ମାବତୀ’କୁ ମିଳିଲା ନୂଆ ରିଲିଜ ତାରିଖ ! ଫେବୃୟାରୀ ୯ରେ ହୋଇପାରେ ରିଲିଜ

56

ବଲିଉଡ ଫିଲ୍ମ ‘ପଦ୍ମାବତୀ’ର ବିବାଦ ଏକ ରାଷ୍ଟ୍ରୀୟ ବିବାଦ ଭାବରେ ମୁଣ୍ଡ ଟେକିଥିଲା । ରାଜପୂତ ସଂଗଠନ ଏବଂ କେତେକ ରାଜନୈତିକ ଦଳ ଏହି ଫିଲ୍ମକୁ ବିରୋଧ କରୁଥିବାର ଦେଖିବାକୁ ମିଳଥିଲା । ଫିଲ୍ମର ନିର୍ଦ୍ଦେଶକ ଓ ଫିଲ୍ମର ନାୟିକାଙ୍କୁ ଜୀବନରୁ ମାରିଦେବାର ଧମକ ମଧ୍ୟ ମିଳିଥିଲା ଏବଂ ଏହି ବିବାଦ ଧୀରେ ଧୀରେ ରାଜନୀତି ଆଡ଼କୁ ଗତି କରିଥିଲା ।

ଗୋଟିଏ ପରେ ଗୋଟିଏ ରାଜ୍ୟ ଏହି ଫିଲ୍ମ ଉପରେ ବ୍ୟାନ ଲଗାଇଥିଲେ, ଯାହା ଦ୍ୱାରା ଫିଲ୍ମର ରିଲିଜ ଡେଟ୍ କୁ ସ୍ଥଗିତ ରଖାଯାଇଥିଲା । ସଂଜୟ ଲୀଲା ଭଂସାଲୀ ସଂସଦରେ ହାଜର ହେବାପରେ ଏହି ବିବାଦରେ କିଛି ପରିବର୍ତ୍ତନ ଆସିଥିଲା । ଏହାପରେ ସୂଚନା ମିଳିଥିଲାଯେ ଫିଲ୍ମ ବଦ୍ମାବତୀ ଜାନୁୟାରୀ ୧୨ରେ ରିଲିଜ କରାଯିବ କିନ୍ତୁ ବର୍ତ୍ତମାନର ସୂଚନା ଅନୁସାରେ ଫିଲ୍ମ ଫେବୃଆରୀକୁ ରିଲିଜ ହେବବୋଲ ଧାର୍ଯ୍ୟ କରାଯାଇଛି ।

ବକ୍ସ ଅଫିସ ଇଣ୍ଡିଆର ରିପୋର୍ଟ ଅନୁସାରେ ବିଦେଶୀ ଡିଷ୍ଟ୍ରିବ୍ୟୁଟର୍ସ କାନ୍ନାଡ଼ା ଏବଂ ଆମେରିକା ଥିଏଟର ଚେନ୍ସକୁ ୯ ଫେବୃଆରୀ ୨୦୧୮ର ସିଡ୍ୟୁଲ ପଠାଇଛନ୍ତି । ଏଥିରୁ ଜଣାପଡ଼ୁଛିଯେ ଫିଲ୍ମର ନିର୍ମାତା ‘ପଦ୍ମାବତୀ’କୁ ୯ରେ ରିଲିଜ କରିବାକୁ ପ୍ଲାନ କରୁଛନ୍ତି । ଯଦିଓ ଫିଲ୍ମକୁ ନେଇ ବିବାଦ ଏପର୍ଯ୍ୟନ୍ତ କମିନାହିଁ, ତେବେ ଏଭଳି ଲାଗୁଛି ଫିଲ୍ମର ରିଲିଜ ଡେଟକୁ ଆଉଥରେ ଘୁଂଚାଯାଇପାରେ ।