ଏଚଆଇଭି ବିରୋଧୀ ଲଢେଇ ପାଇଁ ଆସିଲା ଖୁସି ଖବର: ଗୋଟିଏ ଇଞ୍ଜେକସନ ଏହି ମାରାତ୍ମକ ରୋଗକୁ ଭଲ କରିପାରିବ ବୋଲି ଦାବି

219

କନକ ବ୍ୟୁରୋ: ଏଡସ ଭଳି ମାରାତ୍ମକ ରୋଗର ଚିକିତ୍ସା ହୋଇପାରିବ । ଆଗାମୀ ଦିନରେ ଏହି ମାରାତ୍ମକ ରୋଗର ଚିକିତ୍ସା ପାଇଁ ଭ୍ୟାକସିନ ପ୍ରସ୍ତୁତ ହୋଇପାରେ । ନିକଟରେ ତେଲ ଅଭିଭ ବିଶ୍ୱବିଦ୍ୟାଳୟରେ ଏଡସ ଚିକିତ୍ସା ପାଇଁ ଗବେଷଣା ହୋଇଛି । ଏହି ଟ୍ରିଟମେଂଟ ଜରିଆରେ ଏଡସ ରୋଗୀ ଭଲ ହୋଇପାରିବେ ବୋଲି ଦାବି ହୋଇଛି ।

-ଏଡସ୍ ପାଇଁ ପ୍ରସ୍ତୁତ ହୋଇଛି ଆଣ୍ଟିବଡି
– ଏଡସ୍ ରୋଗୀଙ୍କ ଶରୀର ଭିତରେ ଭୂତାଣୁ ସହ କରିବ ଲଢେଇ
– ଏଡସ ଆକ୍ରାନ୍ତ ପ୍ରାରମ୍ଭିକ ପର୍ଯ୍ୟାୟରେ ଥିଲେ ଚିକିତ୍ସା ସମ୍ଭବ
– ଗୋଟିଏ ଇଞ୍ଜେକସନ ଜରିଆରେ ଭଲ ହୋଇପାରିବ ବୋଲି ଦାବି
-‘ନେଚର’ ନାମକ ପ୍ରତିଷ୍ଠିତ ମ୍ୟାଗାଜିନରେ ଏହି ରିପୋର୍ଟ ପ୍ରକାଶ ପାଇଛି
– ଟାଇପ ବି ହ୍ୱାଇଟ୍ ବ୍ଲଡସେଲରେ ଇଞ୍ଜେକସନ ଜରିଆରେ ଆକ୍ରାନ୍ତଙ୍କୁ ଦିଆଯିବ
– ଡକ୍ଟର ବାରଜେଲ ଲାବୋରେଟୋରୀରେ ପ୍ରସ୍ତୁତ ହୋଇଛି ଏଡସ ଚିକିତ୍ସାର ଟେକନିକ୍
– ଗବେଷଣାର ନେତୃତ୍ୱ ନେଇଛନ୍ତି ଡକ୍ଟର ଆଦି ବାରଜେଲ ଏବଂ ଜଣେ ପିଏଚଡି ଛାତ୍ର ଅଲେସିଓ ନେହମାଦ
– ଉଭୟ ନ୍ୟୁରୋବାୟୋଲଜି, ବାୟୋକେମିଷ୍ଟ୍ରି ଏବଂ ବାୟୋ ଫିଜିକ୍ସର ଛାତ୍ର
– ଗବେଷଣା ପାଇଁ ଆମେରିକା ଏବଂ ଇସ୍ରାଏଲର କିଛି ଗବେଷକ ସହଯୋଗ କରିଛନ୍ତି
– ଇଞ୍ଜେକସନ ଦେବା ପରେ ଆକ୍ରାନ୍ତଙ୍କ ଶରୀରରେ ଆଂଟିବଡ ପ୍ରସ୍ତୁତ ହେବ । ଯାହା ଏଚିଆଇଭି ବିରୋଧରେ କାମ କରିବ ।