ଲକଡାଉନର କଠୋର ନିୟମ, ମେଟାଲ ବାକ୍ସ ଭିତରେ ଲୁଚି ରହୁଛନ୍ତି ଲୋକେ

924

କନକ ବ୍ୟୁରୋ : ସାରା ବିଶ୍ୱର ଲୋକଙ୍କୁ ଏବେ ଚିନ୍ତାରେ ପକାଇଛି କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ । ଏହି ଭୂତାଣୁ ପ୍ରକୋପରେ ଏବେ ଚୀନର ଅନୟାଙ୍ଗ ସମେତ ଅନେକ ସହରରେ ଲକଡାଉନ ଘୋଷଣା କରିଛନ୍ତି ଚୀନ ସରକାର । ୨ କୋଟି ଜନସଂଖ୍ୟା ବିଶିଷ୍ଠ ଅନୟାଙ୍ଗ ସହରରେ ଅଜବ ପ୍ରକାର ଲକଡାଉନ ଲଗାଯାଇଛି । ଏଠାରେ ଚୀନ ସରକାର ଙ୍କ ଜିରୋ କୋଭିଡ କଟକଣା କଡାକଡି ପାଳନ କରାଯାଉଛି ।

ଏହି ପଲିସି ମୁତାବକ ଚୀନ ସରକାର ସେଠିକାର ଲୋକଙ୍କ ଉପରେ କଡା କଟକଣା ଜାରି କରିଛନ୍ତି । ‘ଡେଲି ମେଲ’ର ରିପୋର୍ଟ ମୁତାବକ ଚୀନ ସରକାର କ୍ୱାରେଣ୍ଟିନ କ୍ୟାମ୍ପସ୍ ର ଏକ ବଡ ନେଟୱର୍କ ପ୍ରସ୍ତୁତ କରିଛନ୍ତି । ଏହି କ୍ରମରେ ବଡ ବଡ ମେଟାଲ ବକ୍ସ ନିର୍ମାଣ କରାଯାଇଛି । ଏହି ବାକ୍ସ ଭିତରେ ଗର୍ଭବତୀ ମହିଳା, ପିଲା ସମେତ ତମାମ ଲୋକଙ୍କୁ ଆଇସୋଲେଟ କରାଯାଉଛି ।

କହିରଖୁ କି କରୋନା ମହାମାରୀ ଆରମ୍ଭରୁ ଚୀନର ବୋହାନ ଓ ହୁବେଇ ଅଞ୍ଚଳରେ ବଡ ଧରଣର ଲକଡାଉନ ଜାରି ରହିଛି । ଏବେ ସିୟାନୀରେ ପାଖା ପାଖି ଦେଢ କୋଟି, ୟୁଜହୋ ରେ ୧୦ ଲକ୍ଷରୁ ଅଧିକ ଲୋକ ଲକଡାଉନ କ୍ରମରେ ଘରେ ବନ୍ଦୀ ହୋଇ ରହିଛନ୍ତି । ଏହାସହ ଅନୟାଙ୍ଗରେ ୫୫ ଲକ୍ଷ ଲୋକ ବି ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ।

‘ଜିରୋ କୋଭିଡ ପଲିସି’ କ୍ରମରେ ଚୀନରେ ଯେଭଳି ଭାବେ କଡା ଲକଡାଉନ କରାଯାଇଛି ତାହାକୁ ବିଶ୍ୱର ସବୁଠାରୁ କଠୋର ଲକଡାଉନ ବୋଲି କୁହାଯାଉଛି । ଏହି ପଲିସି ଫଳରେ ଲୋକଙ୍କ ଉପରେ କଟକଣା ଜାରି କରିଛନ୍ତି ଚୀନ ସରକାର ।

ଡେଲି ମେଲର ରିପୋର୍ଟ ମୁତାବକ କରୋନା ସଂକ୍ରମଣ ଆଶଂକାରେ ଲୋକମାନଙ୍କୁ ମେଟାଲ ବାକ୍ସ ଭିତରେ ୨ ସପ୍ତାହ ପର୍ଯ୍ୟନ୍ତ ରଖାଯାଉଛି । ସୁବିଧା ପାଇଁ ସେଠାରେ ତାଙ୍କ ପାଇଁ ଟଏଲେଟର ବ୍ୟବସ୍ଥା ମଧ୍ୟ କରାଯାଇଛି । ନିଜେ ଚୀନ ଗଣମାଧ୍ୟମ ଏହାର ଫଟୋ ସେୟାର କରିଛି । ଫଟୋରେ ଦେଖିବାକୁ ମିଳିଛି କି ସିଝାହୁଆଙ୍ଗ ସହରରେ ୧୦୮ କର ଜମିରେ ଏକ ବିଶାଳ କ୍ୱାରେଣ୍ଟିନ କ୍ୟାମ୍ପସ ଭିତରେ ହଜାର ହଜାର ଲୋକଙ୍କ ବନ୍ଦୀ କରାଯାଇଛି । ଏହି କ୍ୟାମ୍ପସଟି ୨୦୨୧ ଜାନୁଆରୀ ମାସରେ ନିର୍ମାଣ କରାଯାଇଥିଲା ।