ରାଜ୍ୟର ୫୬ ନମ୍ବର କରୋନା ପଜିଟିଭ ଯାଜପୁରର । ନିକଟରେ କଲିକତାରୁ ଫେରିଥିଲେ ଆକ୍ରାନ୍ତ । ୨ଟି ଗାଁକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କଲା ଜିଲ୍ଲା ପ୍ରଶାସନ

2,736

କନକ ବ୍ୟୁରୋ: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ । ୫୬ରେ ପହଁଚିଲା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି । ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜିଲ୍ଲାପାଳ କହିଛନ୍ତି । ଆକ୍ରାନ୍ତ ଜଣକ କଲିକତାରୁ ଫେରିଥିଲେ । ପୂର୍ବରୁ ଯାଜପୁରର ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଦ୍ୱିତୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ପ୍ରଶାସନ ପକ୍ଷରୁ ୨ଟି ଗାଁକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ସାନତ୍ରିଲୋଚନପୁର ଓ ସହିପୁର-୩ ଗାଁକୁ କଂଟେନମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି ।

ଗତକାଲି ସର୍ବାଧିକ ୫୬୪ ଟି ସାମ୍ପୁଲ ପରୀକ୍ଷା କରାଯାଇଥିଲା । ସେଥିରୁ ଜଣଙ୍କର ପଜିଟିଭ୍ ଆସିଛି । ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ରାଜ୍ୟରେ ମୋଟ ୪ ହଜାର ୭୩୪ଟି ନମୁନା ପରୀକ୍ଷା କରାଯାଇଛି । ସେଥି ମଧ୍ୟରୁ ୪ ହଜାର ୬୭୮ ଜଣଙ୍କ ସାମ୍ପୁଲ ନେଗେଟିଭ୍ ଆସିଥିବାବେଳେ ୫୬ ଜଣଙ୍କର ପଜିଟିଭ୍ ଆସିଛି । ଅନ୍ୟପଟେ ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ୍ ୧୮ ଜଣ ସୁସ୍ଥ ହୋଇଛନ୍ତି । ଅର୍ଥାତ ରାଜ୍ୟରେ ଏବେ ୩୭ ଜଣ ସକ୍ରିୟ ସଂକ୍ରମିତଙ୍କର ଚିକିତ୍ସା ଚାଲିଛି । ରାଜ୍ୟରେ ମୋଟ୍ ୫୬ ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି, ୩୭ ଜଣଙ୍କର ଏବେ ଚିକିତ୍ସା ଚାଲିଛି । ପୂର୍ବରୁ କରୋନାରେ ଜଣଙ୍କର ମୃତ୍ୟୁ ହୋଇଥିଲା ।