ମେ ୩ ଯାଏ ଦେଶବ୍ୟାପୀ ଗଡିବନି ଟ୍ରେନ : ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ରେଳବାଇର ନିଷ୍ପତ୍ତି, ମାଲବାହିନୀ ଟ୍ରେନ ଚଳାଚଳ ସମ୍ପର୍କରେ ପୂର୍ବରୁ ନିଆଯାଇଥିବା ନିଷ୍ପତ୍ତି ବଳବତ୍ତର

1,366

କନକ ବ୍ୟୁରୋ : ମେ ୩ ପର୍ଯ୍ୟନ୍ତ ଦେଶବ୍ୟାପୀ ଗଡ଼ିବନି ଟ୍ରେନ୍ । ମୋଦି ସରକାରଙ୍କ ଲକଡାଉନ୍ ବଢ଼ାଇବା ଘୋଷଣା ପରେ  ଏପରି ନିଷ୍ପତ୍ତି ନେଇଛି ଭାରତୀୟ ରେଳବାଇ ।  ସମସ୍ତ ଯାତ୍ରୀ ପରିବହନକାରୀ ଟ୍ରେନ ଚଳାଚଳକୁ ବାତିଲ କରାଯାଇଛି । ମେଲ୍, ଏକ୍ସପ୍ରେସ୍, ପାସେଞ୍ଜର, ସୁବୁରବାନ ଟ୍ରେନ, ମେଟ୍ରୋ ରେଳବାଇକୁ ବାତିଲ କରାଯାଇଛି । ଏହି ସମୟରେ ଯାତ୍ରା ପାଇଁ ସଂରକ୍ଷିତ ହୋଇଥିବା ଟିକେଟର ମୂଲ୍ୟ ଯାତ୍ରୀମାନଙ୍କୁ ଫେରସ୍ତ କରି ଦିଆଯିବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି ।

ଏହାସହିତ ପରବର୍ତ୍ତୀ ନିର୍ଦ୍ଦେଶ ନଆସିବା ପର୍ଯ୍ୟନ୍ତ କୌଣସି ନୂଆ ସଂରକ୍ଷଣ କରାଯିବ ନାହିଁ । ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ତେବେ ଏହି ସମୟରେ ପୂର୍ବ ପରି ମାଲବାହୀ ଟ୍ରେନ୍ ଚଳାଚଳ କରିବ । ମାର୍ଚ୍ଚ ୨୫ରୁ ଦେଶବ୍ୟାପୀ ଲକଡାଉନ ଘୋଷଣା ପରେ ଦେଶରେ ଟ୍ରେନ୍ ଚଳାଚଳ ବନ୍ଦ ରହିଛି ।