ନକଲି ଔଷଧର ଅସଲି ସତ । ୬୫ ଟଙ୍କାରେ କିଣି ୧୨୯୦ରେ ବିକ୍ରି ପାଇଁ ହୋଇଥିଲା ଯୋଜନା, ୩ ଜଣଙ୍କୁ ଗିରଫ କଲା ଏସଟିଏଫ ।

294

କନକ ବ୍ୟୁରୋ : କଟକ ନକଲି ଔଷଧ କାରବାରର ସାଂଘାତିକ ସତ ସାମ୍ନାକୁ ଆସିଛି । ଫାବିମାକ୍ସର ନକଲି ଟାବଲେଟର ଗୋଟିଏ ଷ୍ଟ୍ରିପକୁ ୬୫ ଟଙ୍କାରେ କିଣି ୧୨ଶହ ୯୦ ଟଙ୍କାରେ ଓଡିଶାରେ ବିକ୍ରି ପାଇଁ ଯୋଜନା ହୋଇଥିଲା । ତଦନ୍ତ ବେଳେ ଏହା ଜାଣିବାକୁ ପାଇଁ କ୍ରାଇମବ୍ରାଂଚର ଏସଟିଏଫ ଟିମ୍ । ନକଲି ଔଷଧ କାରବାର ମାମଲାରେ କଟକ ମେଡିଲଏଡ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ଓ ଅନ୍ୟ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ଏସଟିଏଫ ।

କଟକ ନକଲି ଫାବିପିରାଭିର କାରବାରର ତଦନ୍ତ କରୁଥିବା କ୍ରାଇମବ୍ରାଂଚ ଏସଟିଏଫ ହାତରେ ଲାଗିଛି ଏହି ସାଂଘାତିକ ତଥ୍ୟ । ନକଲି ଫାବିମାକ୍ସ ଟାବଲେଟର ଗୋଟିଏ ଷ୍ଟ୍ରିପକୁ ୬୫ ଟଙ୍କାରେ କିଣି ୧୨୯୦ ଟଙ୍କାରେ ଓଡିଶାରେ ବିକ୍ରି କରିବାକୁ ଯୋଜନା କରିଥିଲେ ଦୁର୍ବୃତ । ଏହି ନକଲି ଔଷଧ କାରବାରର କାର୍ପଟଦାର ମେଡିଲଏଡ ପ୍ରାଇଭେଟ ଲିମିଟେଡ ନିର୍ଦ୍ଦେଶକ ଓ ଅନ୍ୟ ଦୁଇଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ୫୦ ଲକ୍ଷ ଟଙ୍କା ସିଜ୍ କରାଯାଇଛି ।

ନକଲି ଫାବିପିରାଭିର ଜବତ ଘଟଣାର ତଦନ୍ତ ବେଳେ ଏସଟିଏଫ ଜାଣିବାକୁ ପାଇଛି, ମାକ୍ସ ରିଲିଫ ହେଲଥ କେୟାର ନାମକ ସନ୍ଦିଗ୍ଧ ଔଷଧ ନିର୍ମାତା କଂପାନୀ ଠାରୁ କଟକକୁ ନକଲି ଔଷଧ ଆସିଥିଲା । ହିମାଚଳପ୍ରଦେଶର ସୋଲାନରେ ଔଷଧ ପ୍ରସ୍ତୁତ କରୁଥିବା କହି ନକଲି ଔଷଧ ବିକ୍ରି କରୁଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି ମୁମ୍ବାଇ ପୁଲିସ । ସେମାନଙ୍କୁ ପଚରାଉଚରା କରିବା ପାଇଁ ଏସଟିଏଫର ଏକ ଟିମ୍ ମୁମ୍ବାଇ ଯାଇଥିଲା ।

କରୋନା ଚିକିତ୍ସାରେ ବ୍ୟବହାର ହେଉଥିବା ଫାବିମାକ୍ସର ନକଲି ଟାବଲେଟ କଟକରୁ ଜବତ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଞ୍ଚ ଏସଟିଏଫର ଏକାଧିକ ଟିମ୍ ଏବେ ମହାରାଷ୍ଟ୍ର-ପଶ୍ଚିମବଙ୍ଗ ଓ ଓଡିଶାରେ ତଦନ୍ତ କରୁଛନ୍ତି ।