ବହୁ ଚର୍ଚ୍ଚିତ ସେଲ୍ଟର ହୋମ୍ ନିର୍ଯାତନା ଘଟଣା । ଖାରଜ ହେଲା ଡାର୍ଟି ଡାଡିଙ୍କ ଜାମିନ୍ । 

ଢେଙ୍କାନାଳ ସେଲ୍ଟର ହୋମ୍ ମାମଲା: ସଂସ୍ଥାର ମୁଖ୍ୟ ଫୟାଜ ରେହମାନଙ୍କ ଜାମିନ୍ ଆବେଦନ ଖାରଜ

102

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ସେଲ୍ଟର ହୋମ ଯୌନନିର୍ଯାତନା ମାମଲା । ସେଲଟର୍ ହୋମ୍ ‘ଗୁଡ଼ ନ୍ୟୁଜ୍ ଇଣ୍ଡିଆ ଡ୍ରିମ୍ସ ସେଣ୍ଟର’ର ମୁଖ୍ୟ ଫୟାଜ ରେହମାନଙ୍କ ଜାମିନ ଆବେଦନକୁ ବୁଧବାର କୋର୍ଟ ଖାରଜ କରି ଦେଇଛନ୍ତି। ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ବେଲଟିକିରି ଠାରେ ଗଢ଼ିଉଠିଥିବା ଏହି ସେଲ୍ଟର ହୋମ କେଳେଙ୍କାରୀ ନେଇ ବିବାଦ ଦେଖାଯାଇଥିଲା । ଫୟାଜଙ୍କ ବିରୋଧରେ ସେଲ୍ଟର ହୋମରେ ଧର୍ମାନ୍ତରୀକରଣ ଏବଂ ନିର୍ଯାତନା ଅଭିଯୋଗ ଆସିଥିଲା। ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ରେହମାନଙ୍କ ଜାମିନ ଆବେଦନକୁ ଖାରଜ କରି ଦେଇଛନ୍ତି।

Shelterଫୟାଜ ରେହେମାନ ଓରଫ ଡାର୍ଟି ଡ଼ାଡି  ଗିରଫ ହେବା ପରେ ପୁଲିସ ୪ ଦିନିଆ ରିମାଣ୍ଡରେ ନେଇଥିଲା। ଏହି ରିମାଣ୍ଡ ଅବଧି ଚଳିତ ମାସ ୭ତାରିଖରେ ଶେଷ ହେବା ପରେ ରେହମାନକୁ ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲକୁ ନେଇଥିଲା । ସେଲ୍ଟର ହୋମରେ ଅନ୍ତେବାସିନୀମାନଙ୍କ ସହିତ ଅସଦାଚରଣ ମାମଲାରେ ଫାୟାଜ୍ ରେହମାନ୍ ଓରଫ ଡ଼ାର୍ଟି ଡାଡିଙ୍କୁ ସଦର ଥାନା ପୁଲିସ୍ ଗତ ୪ ତାରିଖରେ ରିମାଣ୍ଡରେ ପ୍ରଥମ ଥର ପାଇଁ ୨ ଦିନିଆ ରିମାଣ୍ଡରେ ନେଇଥିଲା।

ସେପଟେ ରେହମାନର ରିମାଣ୍ଡ ସମୟରେ ପୁଲିସ ଫାୟାଜଙ୍କ ଠାରୁ ଅନେକ କଥା ଜାଣିବାର ବାକି ରହି ଯାଇଥିଲା। ଏହା ପରେ ରେହମାନକୁ ଆଉ ଦୁଇ ଦିନ ରିମାଣ୍ଡ ନେବାକୁ ପୁଲିସ ସ୍ୱତନ୍ତ୍ର ପକ୍ସୋ ଅଦାଲତରେ ଆବେଦନ କରିଥିଲା । କୋର୍ଟଙ୍କ ଅନୁମତି କ୍ରମେ ରେହମାନ୍ ପୁଣି ଥରେ ୨ ଦିନିଆ ରିମାଣ୍ଡରେ ଯାଇଥିଲା । ଏବେ ରେହମାନଙ୍କ ଜାମିନ୍ ପୁଣି ଖାରଜ ହେବା ପରେ ରେହମାନଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି ।