କନକ ନ୍ୟୁଜ ଓ ସମ୍ବାଦର ଓଡିଶା ନିର୍ମାଣ କନକ୍ଲେଭ : ଧର୍ମେନ୍ଦ୍ର କହିଲେ, ପ୍ରାକୃତିକ ସଂପଦର ପ୍ରାଚୁର୍ଯ୍ୟ ପରେ ବି ଆଗେଇ ପାରୁନି ଓଡିଶା

128

କନକ ବ୍ୟୁରୋ : କେମିତି ହେବ ଓଡିଶାର ନିର୍ମାଣ? କିପରି ହେବ ଓଡିଶାର ବିକାଶ ? ପ୍ରଥମ ଥର ପାଇଁ କନକ ନ୍ୟୁଜ ଓ ସମ୍ବାଦ ପକ୍ଷରୁ ଆୟୋଜିତ ହୋଇଛି, ଓଡିଶା ନିର୍ମାଣ କନକ୍ଲେଭ-୨୦୧୬ । ରାଜ୍ୟ ତଥା ଦେଶର କିଛି ବିଶିଷ୍ଟ ବ୍ୟକ୍ତି ଏହି କନକ୍ଲେଭରେ ଯୋଗଦେଇ ଓଡିଶା ନିର୍ମାଣ ସଂପର୍କରେ ମତ ରଖିଥିଲେ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ, ଜାତୀୟ ସ୍ତରର ବିଶିଷ୍ଟ କଥାକାର ନିଲେଶ ମିଶ୍ର, ବିଶିଷ୍ଟ ସାମ୍ବାଦିକ ପରଂଜୟ ଗୁହା ଠାକୁର୍ତା, ବିଶିଷ୍ଟ ଶିଳ୍ପପତି ଶୁଭ୍ରକାନ୍ତ ପଣ୍ଡା, ସାଂସଦ ରଂଜୀବ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଓଡିଶା ନିର୍ମାଣର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ ।