୬୦୦ ବର୍ଷ ପରେ ଖୋଲିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ! ସାମ୍ନାକୁ ଆସିବ ରହସ୍ୟମୟ ଭଣ୍ଡାରର ସତ, ଜାଣନ୍ତୁ କେବେ ଖୋଲିବ ରତ୍ନଭଣ୍ଡାର ?

106

କନକ ବ୍ୟୁରୋ : ୬ ଶହ ବର୍ଷ ପରେ ଖୋଲିବାକୁ ଯାଉଛି ଶ୍ରୀମନ୍ଦିର ରତ୍ନଭଣ୍ଡାରର ରହସ୍ୟ । ରତ୍ନଭଣ୍ଡାରର ସ୍ଥିତି ଯାଂଚ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୬ ଓ ୨୭ ତାରିଖ, ଦୁଇ ଦିନ ଧରି ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ ହେବ । ଏହି କାମ କରିବା ପାଇଁ ପ୍ରତ୍ନତତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଜଗମୋହନ ମରାମତି ସରିବା ପରେ ରତ୍ନଭଣ୍ଡାର ସ୍ଥିତି ପରଖିବା ପାଇଁ ଏହି ନିର୍ଦ୍ଦେଶ ଆସିଛି । ପୂର୍ବରୁ ୧୪ଶହ ଶତାବ୍ଦୀରେ ରତ୍ନଭଣ୍ଡାର ଖୋଲାଯାଇଥିଲା । ମହଣ ମହଣ ସୁନା ଓ ରୂପାରେ ରତ୍ନଭଣ୍ଡାର ଭର୍ତି ହୋଇରହିଛି ବୋଲି କୁହାଯାଉଥିବା ବେଳେ ଏହି ରହସ୍ୟରୁ ପରଦା ହଟିବାକୁ ଯାଉଛି ।

ବର୍ଷ ବର୍ଷ ଧରି ବନ୍ଦ ଥିବା ମହାପ୍ରଭୁଙ୍କ ରତ୍ନଭଣ୍ଡାରର ରହସ୍ୟ ଖୋଲିବାକୁ ଯାଉଛି । ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି ଅନୁଧ୍ୟାନ କରିବାକୁ ପ୍ରତ୍ନତତ୍ତ୍ୱ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତା ୨୬ ଓ ୨୭ ତାରିଖ ଦୁଇ ଦିନ ଧରି ରତ୍ନଭଣ୍ଡାରର ଯାଂଚ୍ କରାଯିବ । ସବ୍ କମିଟି ଓ କୋର୍ କମିଟି ଉପସ୍ଥିତିରେ ଭଣ୍ଡାରର ଦ୍ୱାର ଖୋଲାଯିବ । ଦୀର୍ଘଦିନ ଧରି ବନ୍ଦ ରହିଥିବାରୁ ଭଣ୍ଡାରର ସ୍ଥିତି କିଭଳି ରହିଛି ଏବଂ ସେଠାରେ ଥିବା ଅଳଙ୍କାର କେଉଁ ଅବସ୍ଥାରେ ରହିଛି ତାହାର ଯାଞ୍ଚକରାଯିବ । ପରେ ଆବଶ୍ୟକ ପଡିଲେ ଭଣ୍ଡାରର ମରାମତି କରାଯିବ ।

ପୂର୍ବରୁ ମଧ୍ୟ ଅନେକ ଥର ରତ୍ନ ଭଣ୍ଡାର ଖୋଲିବାକୁ ଉଦ୍ୟମ କରାଯାଇଛି । ହେଲେ ତାହା ସଫଳ ହୋଇନି । କୁହାଯାଉଛି, ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ମହଣ ମହଣ ସୁନା ଅଳଙ୍କାର ରହିଛି । ଯାହାକୁ ୪ ଟି ଭଣ୍ଡାର ଘରେ ରଖାଯାଇଛି । ରତ୍ନଭଣ୍ଡାରକୁ ଦୁଇ ଭାଗରେ ଭାଗ କରାଯାଇଛି । ଭିତର ଭଣ୍ଡାର ଘର ଓ ବାହାର ଭଣ୍ଡାର ଘର । ପ୍ରଥମ ଦୁଇଟି ଭଣ୍ଡାର ଘରେ ମହାପ୍ରଭୁଙ୍କ ଦୈନନ୍ଦିନ ଅଳଙ୍କାର ଓ ସୁନାବେଶ ସମୟର ଅଳଙ୍କାର ରହିଛି । ତେବେ ଭିତର ରତ୍ନଭଣ୍ଡାର ଆଜିଯାଏଁ ବନ୍ଦ ରହିଛି । ତାଭିତରକୁ ପ୍ରବେଶ କରିବା ଉପରେ କଟକଣା ଲଗାଯାଇଛି ।

କିମ୍ବଦନ୍ତୀ କହୁଛି, ପୂର୍ବରୁ ରାଜା ମାନେ ଯୁଦ୍ଧରେ ବିଜୟ ଲାଭ କରି ଫେରିବା ବେଳେ ମହଣ ମହଣ ସୁନା ଅଳଙ୍କାର ଆଣୁଥିଲେ, ଯାହାକୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାରରେ ଥିବା ସିନ୍ଦୁକରେ ରଖାଯାଇଛି । ଶ୍ରୀମନ୍ଦିର ଭିତର କାଠ ବା ଜଗମୋହନ ପାଶ୍ୱର୍ରୁ ରତ୍ନ ସିଂହାସନ ଯାଏଁ ଏହି ଭଣ୍ଡାର ଗୃହ ରହିଛି । ତାଭିତରକୁ କେବଳ ଦୀପ ନେଇ ଭଣ୍ଡାର ମେକାପ ସେବାୟତ ହିଁ ଯିବା ଅନୁମତି ରହିଛି । ୧୪ଶହ ଖ୍ରୀଷ୍ଟାବ୍ଦରେ ବଡତଢାଉ ବେଶ ସମୟରେ ହିଁ ମହାପ୍ରଭୁଙ୍କ ରତ୍ନ ଭଣ୍ଡାରରୁ ସୁନା ଅଳଙ୍କାର ଆସିଥିବା ସୂଚନା ରହିଛି । ନାଟମଣ୍ଡପ ପୂର୍ବରୁ ରତ୍ନ ଭଣ୍ଡାର ମରାମତି କରିବାକୁ ନିଷ୍ପତି ନିଆଯାଇଛି । ତେବେ ଏଏସଆଇର ଯାଞ୍ଚକୁ ବିରୋଧ କରିଛନ୍ତି ବରିଷ୍ଠ ସେବାୟତ ଓ ଜଗନ୍ନାଥ ସେନା ।