ଆଜି ସଂଧ୍ୟାରେ ଓଡିଶା ଗ୍ଲୋବାଲ କାର୍ଯ୍ୟକ୍ରମ ! ସାମିଲ ହେବେ କମେଡି କିଙ୍ଗ୍ ସୁନିଲ ଗ୍ରୋଭର

37

କନକ ବ୍ୟୁରୋ: ଆଜି ସଂଧ୍ୟାରେ ଓଡିଶା ଗ୍ଲୋବାଲ କାର୍ଯ୍ୟକ୍ରମ । ଆରୋମିରା ଫିଲ୍ମ୍ସ ଏଣ୍ଡ ଏଂଟରଟେନମେଂଟ ପକ୍ଷରୁ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହେବ ଓଡିଶା ଗ୍ଲୋବାଲ କାର୍ଯ୍ୟକ୍ରମ । ସ୍ଥାନୀୟ ପ୍ରତିଭାମାନଙ୍କୁ ଲୋକଙ୍କ ସାମନାକୁ ଆଣିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ । ଏହି ସଂଧ୍ୟାର ମୁଖ୍ୟ ଆକର୍ଷଣ ସାଜିବେ କମେଡି କିଙ୍ଗ୍ ସୁନିଲ ଗ୍ରୋଭର ।

ଇଣ୍ଡିଆନ୍ ଆଇଡଲ୍ ଫେମ୍ ଦୀପାଲି ସହାୟ ନିଜ ସଙ୍ଗୀତ ଯାଦୁରେ ଦର୍ଶକଙ୍କ ମନୋରଞ୍ଜନ କରିବେ । ଏହି ଅବସରରେ ଓଡିଶାର ପ୍ରଥମ ନୃତ୍ୟଭିତିକ ଚଳଚ୍ଚିତ୍ର ଉନ୍ମୋଚନ କରାଯିବ । ସଂଧ୍ୟାର ମୁଖ୍ୟ ଆକର୍ଷଣ ହେବ ରଙ୍ଗବତୀ । ଏଥିରେ ସୁନିଲ ଗ୍ରୋଭର, ଦୀପାଲି , ଅନନ୍ୟା ଓ ଜିତେନ୍ଦ୍ର ହରିପାଲ ଏକାସାଙ୍ଗରେ ଗୀତ ଗାଇବାର କାର୍ଯ୍ୟକ୍ରମ ରହିଛି ।