‘ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟାର ଆବଶ୍ୟକତା ନାହିଁ: ଓଡ଼ିଶା ନିର୍ମାଣ କନକ୍ଳେଭରେ କେନ୍ଦ୍ରମନ୍ତ୍ରୀଙ୍କ ମତ 

202

କନକ ବ୍ୟୁରୋ: ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି ପାଇଁ ଦୀର୍ଘଦିନ ହେଲା ଦାବି ହୋଇଆସୁଛି । ବିଜେଡି ଏହାକୁ ଅନେକଥର ପ୍ରସଙ୍ଗ ବି କରିଛି । କିନ୍ତୁ କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଏଭଳି ଦାବିକୁ ଅଗ୍ରାହ୍ୟ କରିଛନ୍ତି । ସେ କହିଛନ୍ତି, ଓଡ଼ିଶାକୁ ଏବେ ସ୍ପେଶାଲ ଷ୍ଟାଟସର କୌଣସି ଆବଶ୍ୟକତା ନାହିଁ ।  ବାଇଟ-ବିଶ୍ୱେଶ୍ୱର ଟୁଡୁ, କେନ୍ଦ୍ରମନ୍ତ୍ରୀ

ମହାନଦୀର ଉପରମୁଣ୍ଡରେ ଛତିଶଗଡର ବ୍ୟାରେଜ ନିର୍ମାଣ ଯୋଗୁଁ ଓଡିଶାରେ ମହାନଦୀ ଶୁଖିଲା ପଡୁଛି ।  ଆଉ ଛତିଶଗଡ ସହ ମହାନଦୀ ବିବାଦ ବଢୁଛି ।  ଏଭଳି ସ୍ଥିତିରେ ବିବାଦର ସମାଧାନ ପାଇଁ  ରାଜ୍ୟ ସରକାର ଆନ୍ତରିକତା ଦେଖାଉନଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ।

ରାଜ୍ୟର ବିଭିନ୍ନ ସ୍ଥାନକୁ ଗସ୍ତ ବେଳେ ସରକାରୀ ବାବୁଙ୍କ ସହ ବିଶ୍ୱେଶ୍ୱର ଟୁଡୁଙ୍କ ମୁହାଁମୁହିଁ ଖବରର ଶିରୋନାମାରେ ରହୁଛି ।   ଓଡ଼ିଶା ନିର୍ମାଣ କନକ୍ଳେଭରେ ସରକାରୀ ବାବୁଙ୍କ ଉପରେ ରାଗିଯିବା ପ୍ରସଙ୍ଗରେି ପ୍ରତିକ୍ରିୟା ରଖିଛନ୍ତି ବିଶ୍ୱେଶ୍ୱର ଟୁଡୁ । ଓଲଟି ପ୍ରଶ୍ନ କରିଛନ୍ତି, ଅନେକ ଅଫିସର ଦୁର୍ନୀତିରେ ଲିପ୍ତ ରହୁଛନ୍ତି, ସେମାନଙ୍କୁ ଗାଳି ନଦେଇ କଣ ଫୁଲମାଳ ପକାଯିବ କି ।

ଓଡିଶାରେ କେଉଁ ପ୍ରକାରର ସରକାର ଦରକାର । ଏଭଳି ଏକ ପ୍ରଶ୍ନରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ପ୍ରକୃତରେ ଡବଲ ଇଞ୍ଜିନ ସରକାର ଭଲ । ଉଭୟ କେନ୍ଦ୍ର ଓ ରାଜ୍ୟରେ ଡବଲ ଇଞ୍ଜିନ ସରକାର ରହିଲେ ବିକାଶ ହୋଇପାରିବ ।