ରୋକି ହେଉନି ରାଗିଂ: ବ୍ରହ୍ମପୁରର ଘରୋଇ ସ୍କୁଲରେ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ସିନିୟର ରାଗିଂ କରିଥିବା ଅଭିଯୋଗ

96

କନକ ବ୍ୟୁରୋ: ବ୍ରହ୍ମପୁରରେ ଦୁଇଜଣ ଛାତ୍ରୀଙ୍କୁ ର୍ୟାଗିଂ ଚର୍ଚ୍ଚା ଥମିନଥିବାବେଳେ ପୁଣି ଏକ ଘରୋଇ ଶିକ୍ଷାନୁଷ୍ଠାନର ଛାତ୍ରଙ୍କୁ ର୍ୟାଗିଂ ସହ ମାଡ ମରାଯାଇଥିବା ଅଭିଯୋଗ ଆସିଛି । ଆଉ ଭଳି ର୍ୟାଗିଂର ଶିକାର ହୋଇଛନ୍ତି ଜଣେ ଷଷ୍ଠ ଶ୍ରେଣୀର ଛାତ୍ର । ସିନିୟରମାନେ ସଂପକ୍ତ ଛାତ୍ରଙ୍କୁ ମାଡ ମାରିବା ସହ ଶାରୀରିକ ଓ ମାନସିକ ନିର୍ଯାତନା ଦେଇଛନ୍ତି । ଏ ନେଇ ସଂପୃକ୍ତ ଛାତ୍ରର ଅଭିଭାବକ ଜାଣିବା ପରେ ସ୍କଲ କତୃପକ୍ଷଙ୍କୁ ଜଣାଇବା ସହ ଚାଇଲ୍ଡ ଲାଇନର ସହାୟତା ଲୋଡିଥିଲେ । ସମାଧାନ ପରେ ପୁଣି ଘଟଣା ପୁନରାବୃତି ହେବା ନେଇ ସଂପୃକ୍ତ ଛାକଙ୍କ ଅବିଭାବକ ଏବେ ଗୋଷାଣୀନୂଆଁ ଗାଁ ଥାନାର ଦ୍ୱାରସ୍ଥ ହେବା ସହ ଲିଖିତ ଅଭିଯୋଗ କରିଛନ୍ତି ।ଏ ନେଇ ସଂପୃକ୍ତ ଛାତ୍ରଙ୍କ ମାଆ ବ୍ରହ୍ମପୁର ଗୋଷାଣୀନୂଆଗାଁ ଥାନାରେ ଅଭିଯୋଗ କରିଛନ୍ତିା ଏଥିରେ କୁହାଯାଇଛି,

-୫ ମାସ ଧରି ଛାତ୍ରଙ୍କୁ ନିର୍ଯାତନା ଦିଆଯାଉଛି
-ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି
-୮ ଜଣ ଛାତ୍ରଙ୍କ ବିରୋଧରେ ମାମଲା
-ଜଣେ ସାବାଳକ ଓ ଅନ୍ୟମାନେ ନାବାଳକ ଥିବା ଜଣାପଡିଛି
-ନାବାଳକଙ୍କୁ ଡାକି ତାଗିଦ କରାଯିବ ସହ ନୋଟିସ ଦିଆଯାଇ ଛାଡିଦିଆଯାଇଛି

ସାମ୍ନକୁ ଆସିଛି ମୟୁରଭଞ୍ଜ ସରକାରୀ ପଲିଟେକନିକ କଲେଜର ଛାତ୍ରଛାତ୍ରୀଙ୍କୁ ଅଧ୍ୟପାକଙ୍କ ର୍ୟାଗିଂ ଘଟଣା ସାମ୍ନାକୁ ଆସିଛି । କୌଣସି କାରଣରୁ ଅତିଥି ଅଧ୍ୟାପକ ସୌରଭ ଆଦ୍ୟା କ୍ଲାସ ନେଉଥିବା ଛାତ୍ରଛାତ୍ରୀଙ୍କୁ କ୍ଲାସ ବାହାରେ କାନ ଧରି ଛିଡା କରିବା ସହ ଜୁନିଅର ପିଲାଙ୍କୁ ଡାକି ଏମାନଙ୍କ ଚାରିପଟେ ତାଳିମାରି ବୁଲାଇଛନି । ଆଉ ଏହାର ଭିଡିଓ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାପରେ କାର୍ଯ୍ୟାନୁଷ୍ଠାନ ନିଆଯାଇ ତାଙ୍କୁ କାର୍ଯ୍ୟ ରୁ ବହିଷ୍କାର କରାଯାଇଛି । ଏହି ଘଟଣା ପାଇଁ କଲେଜର ଅଧ୍ୟକ୍ଷ ବି ସ୍ପଷ୍ଟୀକରଣ ଦେଇଛନ୍ତି । କୌଣସି ପରିସ୍ଥିତିରେ ବି ଛାତ୍ରଙ୍କୁ ଏଭଳି ଦଣ୍ଡ ଦିଆଯାଇପାରିବନାହିଁ ବୋଲି ସେ କହିଛନ୍ତି । ଏକ ସରକାରୀ କଲେଜରେ ଏଭଳି ଘଟଣାକୁ ନାପସନ୍ଦ କରାଯିବା ସହ ଏହାକୁ ନେଇ ବିଭିନ୍ନ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି ।