ବନ୍ଦ ଶେଷ ପରେ ବୟାନବାଜି: କଂଗ୍ରେସର ଓଡ଼ିଶା ବନ୍ଦ ପରେ କିଏ କ’ଣ କହିଲେ ପଢ଼ନ୍ତୁ…

188

କନକ ବ୍ୟୁରୋ: କଂଗ୍ରେସର ଓଡିଶା ବନ୍ଦକୁ ଅଭୁତପୂର୍ବ ସଫଳତା ମିଳିଥିବା କହିଛନ୍ତି ପିସିସି ସଭାପତି ନିରଂଜନ ପଟ୍ଟାନାୟକ କହିଛନ୍ତି । ତୈଳ ଦର ବୃଦ୍ଧି ସାଧାରଣ ଲୋକଙ୍କୁ ବହୁତ ଭାବିଛି । ତୈଳ ଦର ହ୍ରାସ ପାଇଁ କେନ୍ଦ୍ର ଉପରେ ରାଜ୍ୟ ସରକାର ଚାପ ପକାନ୍ତୁ । ରାଜ୍ୟ ସରକାର ୧୦ ଟଙ୍କି ଲିଟର ପିଛା ତୈଳ ଦର ହ୍ରାସ କରିବାକୁ କହିଛନ୍ତି ନିରଂଜନ । ବନ୍ଦ ପାଳନ ବେଳେ ଯଦି କୌଣସି ସ୍ଥାନରେ ହିସାଂକାଣ୍ଡ ଘଟିଥାଏ , ସେଥିପାଇଁ ସେ ଦୁଃଖିତ ବୋଲି କହିଛନ୍ତି ।

ସେପଟେ, ବିଜେଡି ବିଧାୟକ କଂଗ୍ରେସର ଓଡିଶା ବନ୍ଦ ଉପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଆଜିର ବନ୍ଦ ପ୍ରଭାବ   କେନ୍ଦ୍ର ସରକାରଙ୍କ ଉପରେ ପଡିବ । ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି କରି ତୈଳ କମ୍ପାନୀ ମାନଙ୍କୁ ଲାଭ ଦେବା ପାଇଁ ଏହି ବ୍ୟବସ୍ଥା କରାଯାଇଛି । ଯେଉଁଥି ପାଇଁ କେନ୍ଦ୍ର ସରକାର ଏଥିରେ ଲଗାମ ଲଗାଉନାହାନ୍ତି ବୋଲି କହିଛନ୍ତି ଅମର ଶତପଥୀ । 

ଏସବୁ ଭିତରେ କଂଗ୍ରେସର ବନ୍ଦ ଡାକରାକୁ ତାତ୍ସଲ୍ୟକ ରିଛନ୍ତି । ରାଜ୍ୟ ବିଜେପିର ସାଧାରଣ ସଂପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି,  ରାଜ୍ୟରେ କଂଗ୍ରେସର ବିପର୍ଯ୍ୟୟ ହୋଇଛି । ଏସବୁ ଉପରୁ ନଜର ହଟାଇବା ପାଇଁ କଂଗ୍ରେସ ବନ୍ଦ ପାଳନ କରୁଛି ।