ନିଖୋଜ ପୋଷ୍ଟର ପ୍ରସଙ୍ଗରେ ମୁହଁ ଖୋଲିଲେ ଭୁବନେଶ୍ୱର ସାଂସଦ : କହିଲେ,ପୋଷ୍ଟର ଲଗାଇବା ସମୟରେ ସଂସଦରେ ଥିଲେ ଉପସ୍ଥିତ

ମାର୍ଚ୍ଚରେ ସଂସଦରେ ରହିବେ କହି ପୁଣି ପୋଷ୍ଟର ଲଗାଇବାକୁ ଦେଲେ ଆହ୍ୱାନ ଅପରାଜିତା ଷଡଙ୍ଗୀ

257

କନକ ବ୍ୟୁରୋ : ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ସାଂସଦଙ୍କ ନିଖୋଜ ପୋଷ୍ଟର ଲଗାଯିବା ଘଟଣାରେ ମୁହଁ ଖୋଲିଲେ ସାଂସଦ ଅପରାଜିତା ଷଡଙ୍ଗୀ । ବାଇ-ଲ ପ୍ରତ୍ୟାହାର ପ୍ରସଙ୍ଗରେ ଭୁବନେଶ୍ୱର ସାଂସଦ କାହିଁକି ଚୁପ ବୋଲି କହି ଅପରାଜିତାଙ୍କ ନିଖୋଜ ପୋଷ୍ଟର ଲଗାଯାଇଥିଲା । ଭୁବନେଶ୍ୱରରେ ପହଂଚିବା ପରେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ସାଂସଦ ।

ଅପରାଜିତା ଷଡଙ୍ଗୀ କହିଛନ୍ତି ଭୁବନେଶ୍ୱରରେ ପୋଷ୍ଟର ଲଗାଇବା ସମୟରେ ସେ ସଂସଦରେ ଉପସ୍ଥିତ ଥିଲେ । ଜାନୁଆରୀ ୨୯ରୁ ଫେବୃଆରୀ ୧୩ ବଜେଟ୍ ଅଧିବେଶନ ଥିବାରୁ ସେ ସଂସଦରେ ଉପସ୍ଥିତ ଥିବା ବେଳେ ପୋଷ୍ଟର ଲାଗିବା କଥା ଜାଣିବାକୁ ପାଇଥିଲେ । ଆସନ୍ତା ମାର୍ଚ୍ଚରେ ମଧ୍ୟ ସଂସଦରେ ରହିବେ । ଏକଥା କହି ପୁଣି ପୋଷ୍ଟର ଲଗାନ୍ତୁ ବୋଲି କହିଛନ୍ତି ସାଂସଦ ଅପରାଜିତା ଷଡଙ୍ଗୀ ।