ଜିଦରେ ଅଟଳ ନର୍ସ । ବିିଭିନ୍ନ ଦାବି ନେଇ ସ୍ଥାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଲା ନର୍ସ ସଂଘ । ଆନ୍ଦୋଳନରୁ ଓହରିବାକୁ ମନ୍ତ୍ରୀଙ୍କ ଅନୁରୋଧ ।

25
କନକ ବ୍ୟୁରୋ : ଜିଦରେ ଅଟଳ ନର୍ସ ସଂଘ ।  ବିଭିନ୍ନ ଦାବି ନେଇ ନର୍ସ ସଂଘ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଡାକ୍ତରଖାନାରେ ରୋଗୀସେବା ବାଧାପ୍ରାପ୍ତ ହୋଇଛି । ଦରମା ବୃଦ୍ଧି, ସ୍ୱାସ୍ଥ୍ୟସେବାରେ ଠିକା ନିଯୁକ୍ତି ବନ୍ଦ ସହ ସ୍ଥାୟୀ ନିଯୁକ୍ତି ଦାବି ଭଳି ବିଭିନ୍ନ ଦାବି ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣାରେ ବସିଛି ନର୍ସ ସଂଘ । ଡାକ୍ତରଖାନା ଛାଡି ନର୍ସମାନେ ରାଜରାସ୍ତାରେ ବସିଥିବା ବେଳେ ରୋଗୀ ସେବା ପ୍ରଭାବିତ ହୋଇଛି । ଆଜି ନର୍ସ ସଂଘର ପ୍ରତିନିଧି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନାଙ୍କୁ ଭେଟି ଦାବି ବାବଦରେ ଆଲୋଚନା କରିଛନ୍ତି ।
ନର୍ସଙ୍କ ଦାବି ନେଇ ଅବଗତ ଅଛୁ ଓ ଖୁବ ଶୀଘ୍ର ସମସ୍ୟା ସମାଧାନ କରାଯିବ ବୋଲି ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି ଓ ଆନ୍ଦୋଳନରୁ ଓହରିଯିବାକୁ ଅନୁରୋଧ କରିଛନ୍ତି । ସେପଟେ  ନର୍ସଙ୍କ ଧାରଣା ଯୋଗୁଁ  ବିଭିନ୍ନ ଡାକ୍ତରଖାନାରେ ରୋଗୀ ସେବା ପ୍ରଭାବିତ ହୋଇଛି । ଯଦି ଯଥା ଶିଘ୍ର ଏମାନଙ୍କ ସମାଧାନ ନ କରାଯାଏ ତେବେ ଆଗକୁ ଅବସ୍ଥା ଭୟାଭହ ହେବ ବୋଲି କୁହାଯାଉଛି ।