କଂଗ୍ରେସ ରାଜନୀତି ସରଗରମ ! ଅନ୍ୟାଦେଶ ଯାଏଁ ପରିବର୍ତ୍ତନ ହେବନି ପିସିସି, ଚରମ ନିଷ୍ପତି ନେବା ପାଇଁ ବିଚାର ବିମର୍ଷ କରୁଛନ୍ତି କିଛି ନେତା

33

କନକ ବ୍ୟୁରୋ : ପୁଣି ରାଜ୍ୟ କଂଗ୍ରେସ ରାଜନୀତି ଚଳଚଞ୍ଚଳ । ପରିବର୍ତ୍ତନ ହେବନି ପିସିସି ସଭାପତି । ଅନ୍ୟାଦେଶ ପର୍ୟ୍ୟନ୍ତ କଂଗ୍ରେସ ସଭାପତି ପରିବର୍ତ୍ତନ ହେବେ ନାହିଁ। ଆଜି ଅଖିଳ ଭାରତ କଂଗ୍ରେସ କମିଟି ସାଧାରଣ ସଂପାଦକ ଜନାର୍ଦନ ଦ୍ୱିବେଦୀ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଏଭଳି ଏକ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇଛନ୍ତି। ଏଥିରେ କୁହାଯାଇଛି, ସାଂଗଠନିକ ନିର୍ବାଚନ ପରେ ପିସିସି, ଆଞ୍ଚଳିକ କଂଗ୍ରେସ କମିଟି ସଭାପତିମାନେ ନିଜ ନିଜ ପଦରେ ରହିବେ।ଏହାକୁ ନେଇ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ରାଜନୀତିରେ ହଇଚଇ ସୃଷ୍ଟି ହୋଇଛି। କଂଗ୍ରେସ ନେତୃତ୍ୱର ଏଭଳି ନିଷ୍ପତ୍ତିକୁ ବିଭିନ୍ନ ମହଲ ଭିନ୍ନ ଭିନ୍ନ ଭାବେ ଚିତ୍ରଣ କରୁଛନ୍ତି।

ତେବେ ଏଭଳି ନିଷ୍ପତି ପରେ ସଭାପତି ପରିବର୍ତ୍ତନର ବିପକ୍ଷରେ ଥିବା ନେତାମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି। ନେତୃତ୍ୱର ଏଭଳି ନିଷ୍ପତ୍ତିକୁ ସ୍ୱାଗତ କରି ଖୁସି ମନାଇବା ଆରମ୍ଭ କରିଛନ୍ତି। ଆଶା ପ୍ରକଟ କରିଛନ୍ତି ଯେ ବର୍ତ୍ତମାନ ଆଉ ପିସିସି ପରିବର୍ତ୍ତନ ହେବାର ନାହିଁ। ଅନ୍ୟପଟରେ ପିସିସି ସଭାପତି ପରିବର୍ତ୍ତନ ନେଇ ଆଶାବାଦୀ ଥିବା ନେତାମାନେ ଏକାଠି ହୋଇ ଚରମ ନିଷ୍ପତ୍ତି ନେବା ପାଇଁ ବିଚାର ଆଲୋଚନା ଆରମ୍ଭ କରିଛନ୍ତି। ଏହି ନିଷ୍ପତି ଆସିବା ପରେ ଦଳର କିଛି ନେତା ଏକାଠି ହୋଇ ଏ ସଂପର୍କରେ ଦୀର୍ଘ ସମୟ ଧରି ଆଲୋଚନା କରିଥିବା ଖବର ମିଳିଛି।

ଦୀର୍ଘ ଦିନ ହେଲାଣି ପସିସି ସଭାପତି ପରିବର୍ତ୍ତନ ନେଇ କଂଗ୍ରେସରେ ଛକାପଞ୍ଝା ଲାଗି ରହିଛି । ଦଳର କିଛି ବରିଷ୍ଠ ନେତାଙ୍କୁ ବାରମ୍ବାର ମଧ୍ୟ ଦିଲ୍ଲୀ ଡକାଯାଇ ପିସିସି ପରିବର୍ତ୍ତନ ନେଇ ବିଚାର ବିମର୍ଷ ମଧ୍ୟ କରାଯାଇଥିଲା । କିନ୍ତୁ ଏସବୁ ପରେ ମଧ୍ୟ ପିସିସିି ପରିବର୍ତ୍ତନ ହେଉନଥିବାରୁ ଦଳ କିଛି ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି ।