୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଶତ ପ୍ରତିଶତ ସଫଳତା ଆଣିଲା ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ମନ୍ଦିର, ଏ୧ ଗ୍ରେଡରେ ପ୍ରଥମ ସ୍ଥାନ

10,428

କନକ ବ୍ୟୁରୋ : ଆଜି ପ୍ରକାଶିତ ହୋଇଥିବା ୧୦ମ ଶ୍ରେଣୀ ବୋର୍ଡ ପରୀକ୍ଷା ଫଳାଫଳରେ ନୀଳକଣ୍ଠ ନଗର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀମାନେ ରାଜ୍ୟସ୍ତରରେ ଅଭୁତପୂର୍ବ ସଫଳତା ହାସଲ କରିଛନ୍ତି । ଗତ ୩୧ ବର୍ଷ ଧରି ୧୦୦% ସଫଳତା ହାସଲ କରିଆସୁଥିବା ଏହି ବିଦ୍ୟାଳୟର ଚଳିତ ବର୍ଷ ମୋଟ ୩୪୪ ଜଣ ଛାତ୍ର/ଛାତ୍ରୀମାନେ ପରୀକ୍ଷାରେ ଅବତୀର୍ଣ୍ଣ ହୋଇଥିଲେ । ଅବ ୀର୍ଣ୍ଣ ହୋଇଥିବା ମୋଟ ୩୪୪ ଛାତ୍ର/ଛାତ୍ରୀଙ୍କ ମଧ୍ୟରୁ ଏ୧ ଗ୍ରେଡ ଅର୍ଥାତ୍ ୯୦%ରୁ ଉଦ୍ଧ୍ୱର୍ରେ ୧୧୪ ଜଣ, ଏ୨ ଗ୍ରେଡରେ ଅର୍ଥାତ୍ ୮୦%ରୁ ଉଦ୍ଧ୍ୱର୍ରେ ୧୬୧ ଜଣ, ଏବଂ ବି୧ ଗ୍ରେଡରେ ଅର୍ଥାତ୍ ୭୦%ରୁ ଉଦ୍ଧ୍ୱର୍ରେ ୫୪ ଜଣ, ଉତୀର୍ଣ୍ଣ ହୋଇ ସାରା ରାଜ୍ୟରେ ବିରଳ ରେକର୍ଡ ସୃଷ୍ଟି କରିଛନ୍ତି । ସେଥିମଧ୍ୟରୁ ପ୍ରଥମ ସ୍ଥାନରେ ବିଶ୍ୱଶ୍ୱରୁପ ପାଢ଼ୀ ମୋଟ ୫୮୪ ମାର୍କ (୯୭.୩୩%), ଦ୍ୱିତୀୟ ସ୍ଥାନରେ ଯୁଗ୍ମ ଭାବରେ ଆଲିଶା ଶତପଥୀ ଓ ଅନିଷ କୁମାର ବେହେରା ମୋଟ ୫୮୩ ମାର୍କ (୯୭.୧୭%), ତୃତୀୟ ସ୍ଥାନରେ ସାଇସ୍ମିତା ଡାକୁଆ ମୋଟ ୫୭୭ ମାର୍କ (୯୬.୧୭%). ଚତୁର୍ଥ ସ୍ଥାନରେ ଦେବଶିଷ ରଥ ମୋଟ ୫୭୬ ମାର୍କ (୯୬%), ପ ମ ସ୍ଥାନରେ ଯୁଗ୍ମ ଭାବେ ପ୍ରା ଳୀ ପ୍ରଧାନ ଓ ସ୍ୱୟଂ ଶୌରଭ ଦାସ ମୋଟ ୫୭୫ ମାର୍କ (୯୫.୮୩%), ଷଷ୍ଠ ସ୍ଥାନରେ ଆଇଷା କୁମାରୀ ସ୍ୱାଇଁ ମୋଟ ୫୭୩ ମାର୍କ (୯୫.୫୦%), ସପ୍ତମ ସ୍ଥାନରେ ସମ୍ଭାରୀ ସାଇ ଦିବ୍ୟା ମୋଟ ୫୭୨ ମାର୍କ (୯୫.୩୩%), ଅଷ୍ଟମ ସ୍ଥାନରେ ସ୍ୱୟଂ ପ୍ରଜ୍ଞା ତ୍ରିପାଠୀ ମୋଟ ୫୭୧ ମାର୍କ (୯୫.୧୭%), ନବମ ସ୍ଥାନରେ ମିଳିତଭାବେ ଆଲିଶା ରାଣୀ ବିସୋଇ, ହୃଷିକେଶ ନାୟକ, ଜୋଗଜନ୍ମା ପାଣୀଗ୍ରାହୀ, ଶୁଭଜିତ ସାହୁ, ରଚିତା ପୃଷ୍ଟି ମୋଟ ୫୭୦ ମାର୍କ (୯୫%) ଓ ଦଶମ ସ୍ଥାନରେ ଯୁଗ୍ମ ଭାବେ ବିଶ୍ୱଜିତ ବେହେରା, ସତ୍ୟଜିତ ପଣ୍ଡା ଓ ସତ୍ୟବ୍ରତ ସାହୁ ମୋଟ ୫୬୯ ମାର୍କ (୯୪.୮୩%) ରଖି ବିଦ୍ୟାଳୟ ପାଇଁ ଗୌରବ ଅର୍ଜନ ସହ ରାଜ୍ୟସ୍ତରରେ ବିରଳ ସଫଳତା ହାସଲ କରିଛନ୍ତି । ବିଦ୍ୟାଳୟର ଶିଶୁମାନଙ୍କର ଏହି ଅଭୂତପୂର୍ବ ସଫଳତା ପାଇଁ ପରିଚାଳନା ସମିତିର ସଭାପତି ଶ୍ରୀ ଜିବାନନ୍ଦ ତ୍ରିପାଠୀ, ଉପସଭାପତି ଶ୍ରୀ ରବିନ୍ଦ୍ରନାଥ ଜେନା, ସମ୍ପାଦକ ଶ୍ରୀ ନାରାୟଣ ପଣ୍ଡା, ଯୁଗ୍ମ ସଂପାଦକ ଶ୍ରୀ ନିଳକଣ୍ଠ ସାହୁ, କୋଷାଧ୍ୟକ୍ଷ ଶ୍ରୀ ସୋମନାଥ ନନ୍ଦ, ସଦସ୍ୟା ଶ୍ରୀମତି ପ୍ରଣତି ସାମଲ ଓ ବାସନ୍ତି ବେହେରା ଉପଦେଷ୍ଟା ଡ.ଶ୍ରୀକାନ୍ତ ମହାପାତ୍ର, ଡ. ହରିକୃଷ୍ଣ ନାୟକ, ଶ୍ରୀମତୀ ମମତା ପାଣିଗ୍ରାହୀ, ଶ୍ରୀ ଧର୍ମରାଜ ସାହୁ, ଶ୍ରୀ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ଶ୍ରୀ ନରସିଂହ ଚୌଧୁରୀ, ଶ୍ରୀ ସୁଦର୍ଶନ ପାଢ଼ୀ, ବି.ଗଜପତି ରାଓ ଓ ଶ୍ରୀ ହରିକୃଷ୍ଣ ପାଢ଼ୀ, ବିଦ୍ୟାମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ଏସ୍. ମୋହନ ରାଓ, ଶିଶୁ ମନ୍ଦିର ପ୍ରଧାନ ଆଚାର୍ଯ୍ୟ ଶ୍ରୀ ସୁରେଶ କୁମାର ଆଚାର୍ଯ୍ୟ ଏବଂ ବିଦ୍ୟାଳୟ ଶୈକ୍ଷିକ ପ୍ରଶାସକ ଶ୍ରୀ ଉମାଧବ ମହାନ୍ତି, ସମସ୍ତ ଆଚାର୍ଯ୍ୟ ଆଚାର୍ଯ୍ୟା ତଥା ସମସ୍ତ ଅଭିଭାବକଙ୍କ ତରଫରୁ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରାଯାଇଛି ।