ଉତ୍କଳ ହସ୍ପିଟାଲରେ ପାଳିତ ହେଲା ଅର୍ନ୍ତରାଷ୍ଟ୍ରୀୟ ନର୍ସିଂ ଦିବସ, ଯୋଗଦେଲେ ମୁଖ୍ୟ ପରିଚାଳକ

170

କନକ ବ୍ୟୁରୋ : ବିଶ୍ୱର ବିଶିଷ୍ଠ ସେବିକା ଫ୍ଲୋରେନ୍ସ ନାଇଟଏଞ୍ଜେଲଙ୍କ ଜନ୍ମଦିନ ମେ’୧୨ ତାରିଖକୁ ସାରା ଦେଶରେ ଅର୍ନ୍ତରାଷ୍ଟ୍ରୀୟ ନର୍ସିଂ ଦିବସ ଭାବେ ପାଳନ କରାଯାଇଥାଏ । ୧୯୬୫ ମସିହା ଠାରୁ ଏହି ଦିବସ ପାଳନ କରାଯାଉଛି । ଏହି କ୍ରମରେ ଭୁବନେଶ୍ୱର ନିଳାଦ୍ରୀ ବିହାର ସ୍ଥିତ ଉତ୍କଳ ହସ୍ପିଟାଲ ପରିସରରେ ଅର୍ନ୍ତରାଷ୍ଟ୍ରୀୟ ନର୍ସିଂ ଦିବସ ପାଳନ କରାଯାଇଛି ।

ଏହି ଅବସରରେ ଉତ୍କଳ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡ.ପ୍ରଜ୍ଞାନ ରଞ୍ଜନ ଘଡାଇ ଉପସ୍ଥିତ ରହି ହସ୍ପିଟାଲର ନର୍ସମାନଙ୍କୁ ଉଦବୋଧନ ଦେଇଥିଲେ । ସେ କହିଥିଲେ କି ଉତ୍ସଗିକୃତ ଭାବନା ନେଇ ଲୋକସେବା କରିବା ଦ୍ୱାରା ସମାଜର ମଙ୍ଗଳ ହୋଇଥାଏ । ଏହା ଦ୍ୱାରା ସେବିକାମାନଙ୍କୁ ଈଶ୍ୱରଙ୍କୁ ଆର୍ଶିବାଦ ମିଳିଥାଏ ବୋଲି ସେ କହିଥିଲେ ।

ଏହି ଅବସରରେ ଉତ୍କଳ ହସ୍ପିଟାଲ ନର୍ସିଂ ବିଭାଗର ମୁଖ୍ୟ ମିସ୍ ମୋନିକା, ସିଇଓ ଡ.ଆଶିସ ଚନ୍ଦ୍ରାଙ୍କ ସହ କର୍ମଚାରୀମାନେ ଉପସ୍ଥିତ ଥିଲେ ।