ପରୀ ହତ୍ୟା ମାମଲା ନଥମୁଣୁ ନୀଳଗିରିରୁ ଆସିଛି ସାଂଘାତିକ ଅଭିଯୋଗ: ଶୌଚ ପାଇଁ ଯାଇଥିବାବେଳେ ନାବାଳିକାଙ୍କୁ ଦୁଷ୍କର୍ମ ପରେ ବିଷ ପିଆଇ ଦେଇଥିବା ଅଭିଯୋଗ

ନୀଳଗିରି ଥାନାରେ ଏତଲା

247

କନକ ବ୍ୟୁରୋ: ଦୁଷ୍କର୍ମ ପରେ ବିଷ ପିଆଇ ନାବାଳିକାଙ୍କୁ ହତ୍ୟା ଅଭିଯୋଗ । ନୟାଗଡ ଜିଲ୍ଲା ପରୀ ହତ୍ୟା ନେଇ ସାରାରାଜ୍ୟରେ ଉତେଜନା ଥମି ନଥିବାବେଳେ ଗତକାଲି ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଂଚଳରୁ ଆସିଛି ଏହି ସାଂଘାତିକ ଅଭିଯୋଗ । ଯାହାକୁ ନେଇ ସ୍ଥାନୀୟ ଅଂଚଳଠାରୁ ଆରମ୍ଭ କରି ବାଲେଶ୍ୱର ମେଡିକାଲ ପର୍ଯ୍ୟନ୍ତ ସବୁଠି ଚାପା ଉତେଜନା ଲାଗି ରହିଛି ।

ଅଭିଯୋଗ ଅନୁଯାୟୀ, ସୋମବାର ସକାଳ ପ୍ରାୟ ୭ଟା ସମୟରେ ନୀଳଗିରି ବାଘମରା ଅଂଚଳର ଜଣେ ନାବାଳିକା ଗାଧୋଇବା ପାଇଁ ନିକଟରେ ଥିବା ପୋଖରୀକୁ ଯାଇଥିଲେ । ଏହି ସମୟରେ ସ୍ଥାନୀୟ ଅଂଚଳରେ ଥିବା ଏକ ଇଟାଭାଟିର ମାଲିକ ଓ ତାଙ୍କ ମ୍ୟାନେଜର ଦୁଇଜଣ ନାବାଳିକାଙ୍କୁ ଉଠାଇ ନେଇଥିଲେ । ସେ କିଛି ବୁଝିବା ପୂର୍ବରୁ ଉଭୟ ତାଙ୍କ ସହ ଦୁଷ୍କର୍ମ କରିଥିଳେ । ଦୁଷ୍କର୍ମ ପରେ ଉଭୟ ନାବାଳିକାଙ୍କୁ ମାଡ ମାରିବା ସହ ବଳପୂର୍ବକ ବିଷ ପିଆଇ ଦେଇଥିଲେ । ତେଣୁ ବହୁ କଷ୍ଟରେ ନାବାଳିକା ଜଣଙ୍କ ସେଠାରୁ ଆସି ଘରେ ପହଁଚି ତଳେ ପଡିଯାଇଥିଲେ ।

ରକ୍ତବାନ୍ତି କରିବା ସହ ତାଙ୍କ ପାଟିରୁ ଗରଳ ବାହାରିଥିଲା । ମୁଁ ମରିଯିବି ମୋତେ ତୁରନ୍ତ ହସ୍ପିଟାଲ ନିଅ ବୋଲି ଝିଅର ଚିକ୍ରାର ଶୁଣି ପରିବାର ଲୋକ ଜମା ହୋଇଥିଲେ । ଝିଅର ଏପରି ଅବସ୍ଥା ଦେଖି କଣ ହୋଇଛି ପଚାରିବା ସହ ନୀଳଗିରି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ତାଙ୍କର ଅବସ୍ଥା ସଂକଟାପର୍ଣ୍ଣ ହେବାରୁ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ଚିକିତ୍ସାଧିନ ଅବସ୍ଥାରେ ୪ଟାରେ ଝିଅଟି ଆଖି ବୁଜି ଦେଇଥିଲା । ଏନେଇ ନୀଳଗିରି ଥାନାରେ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।